ତୈଳ ଦର ବୃଦ୍ଧି ପ୍ରତିବାଦରେ କଟକ ନଗରରେ କଂଗ୍ରେସର ଘଂଟିକିଆ ବିକ୍ଷୋଭ ପ୍ରଦର୍ଶନ
3/09/2018 at 3:31 PM

କଟକ ୩/୯ : ତୈଳ ଦର ବୃଦ୍ଧି ପ୍ରତିବାଦରେ କଟକ ନଗରରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ | କଟକ ନଗର କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କଟକରେ ଘଂଟିକିଆ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ବିକ୍ଷୋଭରେ ମହିଳା, ଯୁବ ଓ ଛାତ୍ର କଂଗ୍ରେସ ମଧ୍ୟ ସାମିଲ ହୋଇଥିଲେ | ସକାଳ ୯.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ବାଲିକୁଦା ଛକରେ କଂଗ୍ରେସ କର୍ମୀମାନେ ରାସ୍ତାରୋକ କରିଥିଲେ | | ଫଳରେ କଟକ ଭୁବନେଶ୍ୱର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା | ପେଟ୍ରୋଲ ଓ ଡିଜେଲ ଦ୍ୱାରା ଅହେତୁକ ବୃଦ୍ଧି ପାଇଛି | କେନ୍ଦ୍ର ସରକାର ତୈଳ ନିୟନ୍ତ୍ରଣ କରିବାରେ ବିଫଳ ବୋଲି କହିଛି କଟକ ନଗର କଂଗ୍ରେସ |
କଂଗ୍ରେସର ବିକ୍ଷୋଭକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର-
“ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଓ ତୈଳ ଉତ୍ପାଦନକାରୀ ରାଷ୍ଟ୍ରରେ ଅସ୍ଥିରତାର ଯୋଗୁଁ ତୈଳ ଦର ବଢୁଛି, ଏନେଇ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି, ଦର ନିୟନ୍ତ୍ରଣ ପାଇଁ ପ୍ରୟାସ କରୁଛନ୍ତି,
କଂଗ୍ରେସ ଆନ୍ଦୋଳନ ନକରି ତୈଳ ଦର ଉପରେ ଟିକସ କମ କରିବାକୁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାନ୍ତୁ,ଏହାକୁ ଜିଏସ୍ଟିରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ କୁହନ୍ତୁ, କଂଗ୍ରେସ ଶାସିତ ରାଜ୍ୟରେ ଏସବୁକୁ ଜିଏସ୍ଟି ପରିସରଭୁକ୍ତ କରିବାକୁ କଂଗ୍ରେସ କହୁ”