ପୁରୀଘାଟ ଥାନା ଭଙ୍ଗାରୁଜା ଘଟଣା : କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍ ଗିରଫ

Published By : Prameya-News7 Bureau | September 13, 2018 IST

କଟକ ୧୩|୯: କଟକ ପୁରୀଘାଟ ଥାନା ଭଙ୍ଗାରୁଜା ଘଟଣାରେ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ ଗିରଫ ହୋଇଛନ୍ତି । ମୋକିମଙ୍କ ସହ ୩ ଜଣ କଂଗ୍ରେସ କର୍ପୋରେଟରଙ୍କ ସହ ୧୭ ଜଣ କର୍ମୀଙ୍କୁ ଗିରଫ କରିଛି ପୋଲିସ । ମୋକିମଙ୍କୁ ପୋଲିସ ତାଙ୍କ ବାସଭବନରୁ ଗିରଫ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନ୍ୟମାନଙ୍କୁ ଗିରଫ କରିଛି । ୩ଜଣ କର୍ପୋରେଟର ହେଉଛନ୍ତି ଗିରିବାଳା ବେହେରା, ଅରୁଣ ସେଠୀ, ସମୀନ ଉଲ୍ଲା । ଥାନା ଭଙ୍ଗାରୁଜା ଘଟଣାକୁ ନେଇ ବିଳମ୍ବିତ ରାତିରୁ କଟକ ସହରରେ ଚାଲିଛି ରେଡ୍ । ଗତ ମଙ୍ଗଳବାର କଂଗ୍ରେସ ବ୍ଲକ୍ ସଭାପତି ବିଜୟ ବାରିକଙ୍କୁ ଅଟକ ନେଇ କଂଗ୍ରେସ କର୍ମୀ କରିଥିଲେ ତୁମୁଳୁକାଣ୍ଡ । ଥାନାରେ ଭଙ୍ଗାରୁଜା କରିବା ସହ ଥାନା ସମ୍ମୁଖରେ ରାସ୍ତା ଅବରୋଧ ମଧ୍ୟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.