Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

କଟକ ମେଡିଆରା ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଘଟଣା: ୨୪ଘଣ୍ଟା ଡାକ୍ତର ରୁହନ୍ତି ନାହିଁ ବୋଲି ସ୍ବୀକାର କଲେ ନର୍ସିଂ ହୋମ କର୍ତ୍ତୃପକ୍ଷ

4/01/2019 at 4:03 PM

କଟକ ମେଡିଆରା ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଘଟଣାରେ ଯେଉଁ ଅଭିଯୋଗ ହୋଇଆସୁଥିଲା ତାକୁ ଆଉ ଟିକେ ସ୍ପଷ୍ଟ କରିଛନ୍ତି ଖୋଦ୍‌ ହସ୍ପିଟାଲ ମାଲିକ । କହିଛନ୍ତି ତାଙ୍କ ହସ୍ପିଟାଲରେ ରୋଗୀ ଚିକିତ୍ସା ପାଇଁ  କୁଆଡ଼େ ୨୪ଘଣ୍ଟା ଡାକ୍ତର ରୁହନ୍ତି ନାହିଁ । ଆଉ ଗଲା ନଭେମ୍ବର ୧୫ରେ ଯେତେବେଳେ ଜଟଣୀର ରଶ୍ମୀରେଖାଙ୍କ ପ୍ରସୂତି ହୋଇଥିଲା ସେତେବେଳେ ଡାକ୍ତରଖାନାର କର୍ମଚାରୀମାନେ ଡାକ୍ତରଙ୍କୁ କୌଣସି ସୂଚନା ଦେଇନଥିବା ସ୍ବିକାର କରିଛନ୍ତି । ସେପଟେ କିନ୍ତୁ ପୂର୍ବରୁ ପୂରା ଘଟଣା ଉପରେ ପରଦା ଘୋଡ଼ାଇବାକୁ ଚେଷ୍ଟା କରିଥିଲେ ମେଡିଆରା ହସ୍ପିଟାଲର ମ୍ୟାନେଜର ।….

ସତ କେବେ ଲୁଚି ରହେନି । କଟକ ମେଡିଆରା ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଘଟଣାରେ ଅଭିଯୋଗକୁ ପରୋକ୍ଷରେ ସ୍ବିକାର କରିଛନ୍ତି ଖୋଦ୍‌ ହସ୍ପିଟାଲ କର୍ତ୍ତୃପକ୍ଷ । ହସ୍ପିଟାଲ ମାଲିକ ଡାକ୍ତର ପିକେ ବିଶ୍ବାଳ କହିଛନ୍ତି, ତାଙ୍କ ହସ୍ପିଟାଲରେ ରୋଗୀ ଚିକିତ୍ସା ପାଇଁ ୨୪ଘଣ୍ଟା ଡାକ୍ତର ରୁହନ୍ତି ନାହିଁ । ଗଲା ନଭେମ୍ବର ୧୫ରେ ଜଟଣୀର ରଶ୍ମୀରେଖାଙ୍କ ପ୍ରସୂତି ହସ୍ପିଟାଲର କର୍ମଚାରୀମାନେ ଡାକ୍ତରଙ୍କୁ ମଧ୍ୟ କୌଣସି ସୂଚନା ଦେଇନଥିଲେ ।

ହେଲେ ରଶ୍ମୀରେଖାଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ଯେତେବେଳେ  ନ୍ୟୁଜ 7ରେ ଏହି  ଖବର ପ୍ରସାରଣ କରାଗଲା ସେତେବେଳେ ହସ୍ପିଟାଲର  ମ୍ୟାନେଜର ପୂରା ଘଟଣାକୁ ଚପାଇଦେବାକୁ ଚେଷ୍ଟା କରିଥିଲେ । କହିଥିଲେ ଚିକିତ୍ସାରେ କୌଣସି ଅବହେଳା କରାଯାଇନଥିଲା । ୧୦ ମିନିଟ୍ ଭିତରେ କୁଆଡ଼େ ଡାକ୍ତର ପହଞ୍ଚି ନବଜାତକର ଚିକିତ୍ସା କରିଥିଲେ ।

ଖୋଦ୍‌ ମେଡିଆରା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କଥାରୁ ରଶ୍ମୀରେଖା ଓ ତାଙ୍କ ଶିଶୁର ଚକିତ୍ସାରେ ଅବହେଳା ହୋଇଥିବା ସ୍ପଷ୍ଟ ହେଉଛି । ଆଉ ତଦନ୍ତ ଭୟରେ ମ୍ୟାନେଜର ପୂରା ଘଟଣାକୁ ଘୋଡ଼ାଇବାକୁ ଚେଷ୍ଟା କରିଛନ୍ତି ସେକଥା ବି ଜଳ ଜଳ ଦେଖାଯାଉଛି । ଏମିତିରେ ସଂପୃକ୍ତ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଉ କେତେ ପ୍ରମାଣକୁ ଅପେକ୍ଷା କରିଛନ୍ତି ଜିଲ୍ଲା ମୁଖ୍ୟ ଚକିତ୍ସା ଅଧିକାରୀ । ନା’ ସବୁ କିଛି ରଫା ଦଫା କରିବାକୁ ଚେଷ୍ଟା କରାଯାଉଛି,  ତାକୁ ନେଇ ସାଧାରଣରେ ସଂଦେହ ସୃଷ୍ଟି ହେଲାଣି ।

   Related Posts