Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||

କଟକ ମହାନଦୀ ବସ୍ ଟ୍ରାଜେଡି : ସରିଲା ମୃତକଙ୍କ ଶବ ବ୍ୟବଚ୍ଛେଦ, ବସ୍ ଡ୍ରାଇଭର ବିରୋଧରେ ରୁଜୁ ହେଲା ମାମଲା

21/11/2018 at 3:20 PM

କଟକ ୨୧|୧୧: କଟକ ମହାନଦୀ ବ୍ରିଜରୁ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଗନ୍ନାଥ ବସର ଡ୍ରାଇଭର ବିରୋଧାରେ ମାମଲା ରୁଜୁ ହୋଇଛି । ଜଗତପୁର ଥାନାରେ ଏହି ମାମଲା ରୁଜୁ ହୋଇଛି । ଆଇପିସି ଧାରା ୨୭୯, ୩୩୭, ୩୩୮ ଓ ୩୦୪ ଧାରାରେ ମାମଲା ରୁଜୁ କରାଯାଇଛି । ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଆହତଙ୍କୁ ଏସସିବିରେ ଚିକିତ୍ସା ଚାଲିଛି । ଆଇସିୟୁରେ ୭ ଜଣ ଓ ୱାର୍ଡରେ ୩୫ ଜଣ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ଶବ ବ୍ୟବଚ୍ଛେଦ ସରିଛି । ବ୍ୟବଚ୍ଛେଦ ପରେ ମୃତଦେହକୁ ଜିଲ୍ଲା ପ୍ରଶାସନ ସହାୟତାରେ ଏକ ସ୍ବତନ୍ତ୍ର ଗାଡିରେ ମୃତକଙ୍କ ମୃତଦେହ ସେମାନଙ୍କ ଘରକୁ ପଠାଯାଇଛି । ଗୁରୁତରଙ୍କୁ ଚିକିତ୍ସା ପରେ ତାଙ୍କୁ ନିଜ ନିଜ ଘରକୁ ପଠାଇବାର ବ୍ୟବସ୍ଥା କରୁଛି ପେ।ଲିସ ।

ସେପଟେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ଏବଂ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ପ୍ରମୁଖ ଏସସିବି ଯାଇ ଆହତଙ୍କୁ ଭେଟିଛନ୍ତି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଘଟଣାସ୍ଥଳରେ ଏନଏଚଏଆଇ କର୍ତ୍ତୃପକ୍ଷ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି ।

ଗତକାଲି ସନ୍ଧ୍ୟାରେ ମହାନଦୀ ବ୍ରିଜ୍ ଉପରୁ ଖସିପଡିଥିଲା ଜଗନ୍ନାଥ ବସ୍ । ଏକ ମଇଁଷିକୁ ଧକ୍କା ଦେଇ ବସଟି ପ୍ରାୟ ୪୦ ଫୁଟ ତଳକୁ ଖସିପଡ଼ିଥିଲା । ଯେଉଁଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨ ଜଣ ଆହତ ହୋଇଛନ୍ତି । ସମସ୍ତ ମୃତକଙ୍କ ପରିଚୟ ମିଳିଛି । ଜିଲ୍ଲା ପ୍ରଶାସନ ତରଫରୁ ଆହତଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦୁର୍ଘଟଣାର ସମ୍ମୁଖୀନ ହୋଇ ଯେଉଁମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେମାନଙ୍କୁ ଚିକିତ୍ସା ମିଳିବାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ଡାକ୍ତର ଏବଂ ହସ୍ପିଟାଲର କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି ।

   Related Posts