କଟକରେ ଆଇନଜୀବୀ-ପୋଲିସ ବିବାଦ ତୁଟୁନି : ସରକାରୀ ଅଫିସ ଆଗରେ ଆଇନଜୀବୀଙ୍କ ପିକେଟିଂ

Published By : Prameya-News7 Bureau | September 25, 2018 IST

କଟକ ୨୫/୯ : କଟକରେ ଆଇନଜୀବୀ-ପୋଲିସ ବିବାଦ କ୍ରମଶ ଜଟିଳ ହେବାରେ ଲାଗିଛି । ଦାବି ପୂରଣ ଲାଗି ଆଜିଠୁ କଟକରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅଚଳ କରିବାଲାଗି ଯୋଜନା କରିଛନ୍ତି ଆଇନଜୀବୀ । ଏହାସହ ଆସନ୍ତା ବୁଧବାର ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବା ଲାଗି କଟକର ବିଭିନ୍ନ ଆଇନଜୀବୀ ସଂଘ ତରଫରୁ ନିଷ୍ପତ୍ତି ହୋଇଛି । ଯଦି ବୁଧବାର ସୁଦ୍ଧା ସମସ୍ତ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରାନଯାଏ, ତାହାଲେ ଗୁରୁବାର ସାରା ରାଜ୍ୟର ଆଇନଜୀବୀ ମାନେ ନବୀନ ନିବାସ ଘେରାଉ କରିବେ ବୋଲି ହାଇକୋର୍ଟ ବାର ଆସୋସିଏସନ ଚେତାବନୀ ଦେଇଛି । ଗଲା ଅଗଷ୍ଟ ୨୯ରେ କଟକର ଜଣେ ଆଇନଜୀବୀଙ୍କୁ ବିଚ୍ ରାସ୍ତାରେ ପୋଲିସର ମାଡ ପ୍ରତିବାଦରେ ୩୦ରୁ କଟକର ସମସ୍ତ ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଘଟଣାକୁ ନେଇ ହାଇକୋର୍ଟରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି । ଯାହାର ଶୁଣାଣି ଆସନ୍ତା କାଲି ହେବାର ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.