Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ, ୨ ଗିରଫ
  • ||
  • ଆଖିବୁଜିଲେ ଫ୍ଲାଇଂ ଶିଖ୍ ତଥା କିମ୍ୱଦନ୍ତୀ ଧାବକ ମିଲଖା ସିଂହ
  • ||
  • ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକ
  • ||
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||

କଟକ ଆଇନଜୀବୀ ପୋଲିସ ବିବାଦ ; ନିଲମ୍ବିତ ହେଲେ ୩ ପୋଲିସ, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

30/08/2018 at 12:36 AM

କଟକ ୩୦/୮ : କଟକ ବାର ଆସୋସିଏସନ ବିବାଦ ଘଟଣାରେ ୩ ପୋଲିସଙ୍କୁ ନିଲମ୍ବନ କଲେ କଟକ ଡିସିପି | ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟରଙ୍କ ଦ୍ୱାରା କରାଇବା ପାଇଁ ଦେଲେ ନିର୍ଦେଶ ଦେଇଛନ୍ତି | ଗତ ୨୮ ତାରିଖ ଦିନ ସନ୍ଧ୍ୟାରେ କଟକ ନୟା ବଜାର ମାଛ ମାର୍କେଟ ନିକଟରେ ହାଇକୋର୍ଟର ଜଣେ ଆଇନଜୀବୀ ଓ ପୋଲିସ ମଧ୍ୟରେ ଏକ ଦୁର୍ଘଟଣାକୁ କେନ୍ଦ୍ର କରି ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା | ଏଥିରେ ଆଇନଜୀବୀ ଗୁରୁତର ଭାବେ ଆହତ ହୋଇଥିଲେ | ପରେ ପରେ ଏହି ଘଟଣାର ପ୍ରତିବାଦରେ ହାଇକୋର୍ଟ ବାର ଆସୋସିଏସନର ସଦସ୍ୟମାନେ ଚାଉଳିଆଗଂଜ ଥାନା ଘେରାଉ କରିଥିଲେ | ଗତକାଲିଠାରୁ ହାଇକୋର୍ଟ ବାର ଆସୋସିଏସନ ୨ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥିଲେ | ଗତକାଲି ଆରଡିସି ଅଫିସ ସାମ୍ନାରେ ପୋଲିସ ଓ ହାଇକୋର୍ଟ ବାର ସଦସ୍ୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟୋଇ ହୋଇଥିଲା | ଆନ୍ଦୋଳନକାରୀ ଆଇନଜୀବୀମାନେ ପୋଲିସ ପିସିଆର ଭ୍ୟାନ ଭାଙ୍ଗିବା ସହ ସେଥିରେ ନିଆଁ ଲଗାଇଦେଇଥିଲେ |
ଏହି ଘଟଣାର ତଦନ୍ତ ଭାର ଅତିରିକ୍ତ ଡିସିପି ଗୁପ୍ତ ମହାକୁଡ଼ଙ୍କୁ ପ୍ରଦାନ କରାଯାଇଥିଲା | ସେ ତଦନ୍ତର ପ୍ରାଥମିକ ରିପୋର୍ଟ ଦାଖଲ କରିବା ପରେ ଅଶାଳୀନ ବ୍ୟବହାର ପାଇଁ ୩ ଜଣ ପୋଲିସ କର୍ମଚାରୀଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବିତ କରାଯାଇଛି | ଏଥି ସହ ଘଟଣାରେ ତଦନ୍ତ କ୍ରାଇମବ୍ରାଞ୍ଚର ଜଣେ ଇନ୍ସପେକ୍ଟର କରିବେ ବୋଲି ନିର୍ଦେଶ ଦିଆଯାଇଛି | ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀମାନେ ହେଲେ ହାବିଲଦାର ପ୍ରସନ୍ନକୁମାର ବେହେରା, ଦିଲୀପ କୁମାର ସାମଲ ଏବଂ ଉଦୟ କୁମାର ଭୂୟାଁ | ସୂଚନାଯୋଗ୍ୟ ଯେ, ୨୮ ତାରିଖ ସନ୍ଧ୍ୟା ଘଟଣାକୁ ନେଇ ଚାଉଳିଆଗଞ୍ଜ ଥାନାରେ ୪ ଟି ପୃଥକ ପୃଥକ ମାମଲା ଦାୟର ହୋଇଥିଲା |

 

   Related Posts