Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଦୁର୍ଦିନରେ ଖପୁରୀଆ ଶିଳ୍ପାଞ୍ଚଳ ! ଜଳବନ୍ଦୀ ମୁଖ୍ୟ ସମସ୍ୟା

31/07/2018 at 12:28 PM

ନର୍ଦ୍ଦମା ପାଣି ଆଉ ଅସ୍ୱାସ୍ଥ୍ୟକର ପରିବେଶ ଖପୁରିଆ ଶିଳ୍ପାଞ୍ଚଳର ଶିଳ୍ପ ଉତ୍ପାଦନକୁ ହ୍ରାସ କରିଛି…ନିର୍ଦ୍ଦମା ପାଣି ଓ ଜଳବନ୍ଦୀ ଅବସ୍ଥା ସୁଧୁରୁନଥିବାରୁ ଅଧିକାଂଶ ଶିଳ୍ପ ସଂସ୍ଥା ଖୋଲିବା ସମ୍ଭବପର ହେଉନାହିଁ…ଶିଳ୍ପାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ଭୁଶୁଡି ପଡିଥିବାରୁ କିଛି ଶିଳ୍ପ ସଂସ୍ଥାରେ ନିର୍ଦ୍ଦମା ପାଣି ପଶି କାରଖାନାରୁଉତ୍ପାଦିତ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ନଷ୍ଟ ହୋଇଯାଉଛି…ଶିଳ୍ପାଞ୍ଚଳର ଡ୍ରେନେଜ୍ ଓ ସ୍ୱେରେଜ୍ ବ୍ୟବସ୍ଥା ଉଭୟ ଇଡ୍କୋ ଓ ସି ଏମ୍ ସି ହାତରେ ଥିଲେ ମଧ୍ୟ କେହି ଶିଳ୍ପାଞ୍ଚଳ ପ୍ରତି ଧ୍ୟାନ ଦେଉନଥିବା ଶିଳ୍ପ ସଙ୍ଘ ଅଭିଯୋଗ କରିଛି…ସେପଟେ ସି ଏମ୍ ସି କର୍ତ୍ତୃପକ୍ଷ ପୁଣି ପ୍ରତିଶ୍ରୁତି ଦେଉଛନ୍ତି, ଅବସ୍ଥା ସୁଧାରି ଦେବା ପାଇଁ…..
ନର୍ଦ୍ଦମା ପାଣିରେ ଉବୁ ଟୁବୁ କଟକର ଖପୁରିଆ ଶିଳ୍ପାଞ୍ଚଳ…ଶିଳ୍ପାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡି ପଡିଛି…ଦୃଶ୍ୟ ହିଁ ବୟାନ କରୁଛି ଶିଳ୍ପାଞ୍ଚଳର ଅବସ୍ଥା…ନିର୍ଦ୍ଦମା ପାଣି କାରଖାନାରେ ପଶିବାରୁ କିଛି ଶିଳ୍ପ ସଂସ୍ଥା ଉତ୍ପାଦନ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି…. ନର୍ଦ୍ଦମା ପାଣି କାରଖାନାରେ ପଶିଯିବାରୁ କିଛି ଶିଳ୍ପ ସଂସ୍ଥାର ଲକ୍ଷ ଲକ୍ଷ ଟଙ୍କାର ଉତ୍ପାଦିତ ସାମଗ୍ରୀ ନଷ୍ଟ ହୋଇଯାଇଛି…ଠିକ୍ ସମୟରେ କାରଖାନା ଗୁଡିକ ବଜାରକୁ ସାମଗ୍ରୀ ଯୋଗାଇବାରେ ସକ୍ଷମ ହେଉ ନାହାଁନ୍ତି, ଯାହା ଶିଳ୍ପାଞ୍ଚଳର ବ୍ୟବସାୟରେ ବାଧା ସୃଷ୍ଟି କରୁଛି… ଜିଲ୍ଲା କ୍ଷୁଦ୍ର ଶିଳ୍ପ ସଙ୍ଘ ଅଭିଯୋଗ କରିଛି ଯେ, କଟକ ମହାନଗର ନିଗମ ଓ ଇଡ୍କୋ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ କଲାପରେ ବି ଅବସ୍ଥା ସୁଧୁରୁନି…
ଖପୁରିଆ ଅଞ୍ଚଳରେ ପ୍ରାୟ ଦେଢ ଶହ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠାନ ରହିଛି…ଏହି ଶିଳ୍ପାଞ୍ଚଳ ଉପରେ ପ୍ରାୟ ୨ ହଜାର ଲୋକଙ୍କ ଜୀବନ ଜିବୀକା ନିର୍ଭର କରେ ..ଏହା ବ୍ୟତୀତ ଶିଳ୍ପାଞ୍ଚଳରେ କାମ କରୁଥିବା ପ୍ରାୟ ୩ ଶହ ପରିବାର ଖପୁରିଆ ଶିଳ୍ପାଞ୍ଚଳରେ ହିଁ ପରିବାର ଧରି ବସବାସ କରନ୍ତି…ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିବାରୁ ଶିଳ୍ପାନୁଷ୍ଠାନରେ କାମ କରୁଥିବା କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ସ୍ୱସ୍ଥ୍ୟ ସମସ୍ୟା ଦେଖା ଦେବାର ଆଶଙ୍କା ସୃଷ୍ଟି ହୋଇଛି…ସେପଟେ ସି ଏମ୍ ସି କର୍ତ୍ତୃପକ୍ଷ ସେଇ ପୁରୁଣା ପ୍ରତିଶ୍ରୁତି ଦୋହରାଇଛନ୍ତି…..
୨୦୧୭ ମସିହା ଜୁଲାଇ ୧୨ ତାରିଖରେ ଜିଲ୍ଲାପାଳ ଖପୁରିଆ ଶିଳ୍ପାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ଓ ରାସ୍ତାର ଆଲୋକିକରଣ କରିବା ପାଇଁ ଇଡ୍କୋ ଓ ସି ଏମ୍ ସି କୁ ନିର୍ଦ୍ଦେଶ ଦେଇଥିଲେ…ମାତ୍ର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ବି ଖାଲି ନିର୍ଦ୍ଦେଶରେ ରହିଗଲା…ସମ୍ପୃକ୍ତ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ କୌଣସିକାମ କରିନଥିବା ଜିଲ୍ଲା ଶିଳ୍ପ ସଙ୍ଘ ଅଭିଯୋଗ କରିଛି…

   Related Posts