ଅଯୋଧ୍ୟା ରାୟକୁ ବିଭିନ୍ନ ମହଲରେ ସ୍ବାଗତ : କଟକ ସହରରେ ଭାଇଚାରା ବଜାୟ ରଖିବାକୁ କଦମ୍ ରସୁଲର ଇମାମ୍‌ଙ୍କ ନିବେଦନ

Published By : Prameya-News7 Bureau | November 09, 2019 IST

କଟକ ୯।୧୧: ଅଯୋଧ୍ୟା ବିବାଦୀୟ ଜମି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି କଟକ କଦମ୍ ରସୁଲ୍ ଇମାମ୍ ଓ ମୁସଲିମ୍ ବୁଦ୍ଧିଜୀବୀ । ଏହାସହ କଦମ୍ ରସୁଲ୍ ର ଇମାମ୍ ସୟଦ୍ ସଦରୁଦ୍ଧିନ୍ ସହରର ଭାଇଚାରାକୁ ବଜାୟ ରଖିବା ପାଇଁ ଉଭୟ ସମ୍ପ୍ରଦାୟର ଲୋକଙ୍କୁ ନିବେଦନ କରିଛନ୍ତି । ସେପଟେ ବିଜେଡି ମଧ୍ୟ ଅଯୋଧ୍ୟା ରାୟକୁ ସ୍ବାଗତ କରିବା ସହ ଏହି ରାୟକୁ କାହାର ହାର୍ ବା ଜିତ୍ ବୋଲି ବିବେଚନା କରାଯିବା ଅନୁଚିତ୍ ବୋଲି କହିଛି । ଏପରି ପରିସ୍ଥିତିରେ ସମସ୍ତେ ସଂଯମତା ଅବଲମ୍ବନ କରିବା ପାଇଁ ଇମାମ୍ ଓ ବିଜେଡି ନେତା ନିବେଦନ କରିଛନ୍ତି ।

{"id":181367}

ଅଯୋଧ୍ୟା ରାୟ କଟକର ଭାଇଚାରାକୁ କ୍ଷୁର୍ଣ୍ଣ କରିପାରିବ ନାହିଁ । କଟକ ଭାଇଚାରାର ସହର ଭାବେ ପରିଚିତ । ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଆମ ସଂସ୍କୃତି ଓ ପରମ୍ପରା । ତେଣୁ ଅଯୋଧ୍ୟା ରାୟ କଟକର ଏହି ଭାଇଚାରାକୁ ପ୍ରଭାବିତ କରିବ ନାହିଁ । ଏପରି ପ୍ରତିକ୍ରିୟା ରଖିଛନ୍ତି କଟକ କଦମ୍ ରସୁଲ୍ ର ଇମାମ୍ ସୟଦ୍ ସଦରୁଦ୍ଧିନ୍ । ଏହାସହ ଇମାମ୍ ସଦରୁଦ୍ଧିନ୍ ସହରର ଲୋକମାନଙ୍କୁ ଭାଇଚାରା ବଜାୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।

{"id":181368}

ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରି ଦେଶର ସମ୍ବିଧାନ ଓ ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ଦୃଢ ବିଶ୍ବାସ ରହିଛି ବୋଲି ଇମାମ୍ କହିଛନ୍ତି । ସୁପ୍ରିମକୋର୍ଟ ତାଙ୍କ ରାୟରେ ମସଜିଦ୍ ନିର୍ମାଣ ପାଇଁ ୫ ଏକର ଜାଗା ଦେବା ପାଇଁ ନିର୍ଦ୍ଦେଶ ଦେଇଥିବାରୁ ତାହାକୁ ଇମାମ୍ ସୟଦ୍ ସଦରୁଦ୍ଧିନ୍ ସ୍ୱାଗତ କକିଛନ୍ତି । ସେପଟେ ମୁସଲିମ୍ ଯୁବକମାନେ ମଧ୍ୟ ଏସବୁ ମନ୍ଦିର ମସଜିଦ୍ ପ୍ରସଙ୍ଗକୁ ପଛରେ ପକାଇ ଉନ୍ନତି ଆଡକୁ ଅଗ୍ରସର ହେବା ଆମର ଲକ୍ଷ ହେବା ଉଚିତ୍ ବୋଲି କହିଛନ୍ତି ।

{"id":181369}

ସେପଟେ ରାୟ ଆସିବା ପରେ କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ, ଶାନ୍ତି ଓ ସଂହତି ଆମର ସଂସ୍କୃତି । ତେଣୁ ସବୁ ପରିସ୍ଥିତିରେ ଆମ ଲୋକମାନେ ତାହା ନିଶ୍ଚିତ ଅକ୍ଷୁର୍ଣ୍ଣ ରଖିବେ । ବିଜେଡି ନେତା ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ, ଏହି ରାୟକୁ କାହାର ହାର୍ ବା ଜିତ୍ ବୋଲି ବିବେଚନା କରାଯିବା ଅନୁଚିତ୍ ।

{"id":181370}

ତେବେ ବିଭିନ୍ନ ଧାର୍ମିକ ସଙ୍ଗଠନ ଏହି ରାୟକୁ ବିରୋଧ କରି ବା ସ୍ବାଗତ କରି ରାସ୍ତାଘାଟରେ ପ୍ରଦର୍ଶନ ବା ଶୋଭାଯାତ୍ରା କିମ୍ବା ଉତ୍ସବ ଆୟୋଜନ ନକରନ୍ତି, ସେଥିପାଇଁ ପୋଲିସ ଦୃଷ୍ଟି ଦେବାକୁ ଉଭୟ ମୁସଲିମ୍ ଓ ହିନ୍ଦୁ ବୁଦ୍ଧିଜୀବୀମାନେ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.