ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ

Published By : Prameya-News7 Bureau | January 15, 2021 IST

କଟକ୧୫/୧: ବିଭିନ୍ନ ନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ। ପୁଣି ଥରେ କଟକ ସଦର ଅଞ୍ଚଳରୁ ବିପୁଳ ପରିମାଣର ଅପମିଶ୍ରିତ ଗୁଣ୍ଡି ଜବତ ହୋଇଛି। ସାଶୋଳ ଗାଁରୁ ୪ କ୍ବିଣ୍ଟାଲ ଗୁଣ୍ଡି, ଜର୍ଦ୍ଦା ଜବତ ହୋଇଛି। ନକଲି ଗୁଣ୍ଡି ପ୍ରସ୍ତୁତ ଅଭିଯୋଗରେ ଜଣଙ୍କୁ ପୋଲିସ ଅଟକ ରଖିଛି। ୩ ଟି ଗୋଦାମରେ ସଦର ଥାନା ପୋଲିସର ଚଢ଼ାଉ କରିଛି। ଗତକିଛି ଦିନ ହେବ କଟକର ବିଭିନ୍ନ ସ୍ଥାନରେ ନକଲି ସାମଗ୍ରୀ ଜବତ ହେବାର ଲାଗିଛି। ସିନ୍ଥେଟିକ ପନିର, ଅପମିଶ୍ରିତ ଘିଅ,  ସସ୍‌, ତେଲ, ଚା ପତି ଭଳି ନକଲି ସାମଗ୍ରୀ ଜବତ ହୋଇଛି। ପୁଣି ଥରେ ନକଲି ଗୁଣ୍ଡି ଜବତ କରିଛି ସଦର ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.