ଇଦ ପାଇଁ ଚଳଚଞ୍ଚଳ କଟକ ସହର : କିଣାକିଣିରେ ବ୍ୟସ୍ତ ମୁସଲିମ ସମ୍ପ୍ରଦାୟର ଭାଇ ଭଉଣୀମାନେ

Published By : Prameya-News7 Bureau | May 28, 2019 IST

କଟକ ୨୮/୫: ଇଦ ପାଇଁ ଚଳଚଞ୍ଚଳ କଟକ ସହର । ଘରେ ଘରେ ଇଦ ପାଳନ କରିବାକୁ ଏବେ ମାର୍କେଟରେ ଭିଡ । କିଏ ଲଛା ଖଜୁର କିଣିବାରେ ବ୍ୟସ୍ତ ତ ଆଉ କିଏ ନୂଆ ପୋଷାକ ସାଙ୍ଗକୁ ସୁରମା ଅତର କିଣିଛୁନ୍ତି । ହେଲେ ସବୁରି ଭିତରେ ମନ କିଣିଛି ଇରାକର  ଖଜୁର  । …

ଆଉ ଦିନ କେଇଟା ପରେ ସବୁଆଡେ ପାଳନ ହେବ ଇଦ । ମାର୍କେଟରେ ଭଳିକି ଭଳି ସାମଗ୍ରୀ । କିଏ ସୁରମା ଅତର କିଣୁଛି ତ ଆଉ କିଏ ଲଛା ଖଜୁର କିଣିବାକୁ ଦୋକାନରେ ଭିଡ ଜମାଇଛନ୍ତି । ତେବେ ମାର୍କେଟରେ ଇରାକ ଖଜୁରର ଡିମାଣ୍ଡ ବେଶୀ । ଇରାକ୍, ତାଇୱା, ସାଉଦି, ତୋଲିସିଆ ଆଦି ଦେଶରୁ ଆସୁଛି ଖଜୁର ଓ ସୁରମା । ବିଦେଶରୁ ଆସୁଥିବା ଖଜୁର ବେଶ ନରମ ଓ ସୁସ୍ବାଦୁ ହୋଇଥିବାରୁ ଏହାର ସମସ୍ତଙ୍କର ପସନ୍ଦ ହୋଇଥିବା ଗ୍ରାହକମାନେ କହିଛନ୍ତି ।

ଖାଲି ଖଜୁର କାହିଁକି ଲଛା ହାଲୁଆର ବି ଚାହିଦା କିଛି କମ୍ ନାହିଁ । ପୂର୍ବରୁ କଟକ ମାର୍କେଟ୍‌ରେ ଦେଶ ଭିତରର ସାମଗ୍ରୀ ଆସୁଥିଲା । କିନ୍ତୁ ଏବେ ସମୟ ବଦଳିବା ସହ ଲୋକଙ୍କ ରୁଚି ମଧ୍ୟ ବଦଳିଛି । ଦେଶୀ ଅପେକ୍ଷା ମାର୍କେଟକୁ କବଜା କରିଛି ବିଦେଶୀ ଜିନିଷ ।

ଇଦ ପାର୍ଟି ପାଇଁ ଏସବୁ ସାମଗ୍ରୀ ଓ ଖାଦ୍ୟପେୟ ଆବଶ୍ୟକ । ତେଣୁ କିଣାକିଣିରେ ବ୍ୟସ୍ତ ମୁସଲିମ ସମ୍ପ୍ରଦାୟର ଭାଇ ଭଉଣୀମାନେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.