ଡିସିପି ଓ ଏମ୍ଏସ୍ଏମ୍ଇ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବଦଳି ଦାବିରେ କଟକର ଶିଳ୍ପପତି ଓହ୍ଲାଇଲେ ରାଜରାସ୍ତାକୁ

Published By : Prameya-News7 Bureau | May 20, 2019 IST

କଟକ ୨୦|୫: କଟକ ଡିସିପି ଓ ଏମଏସଏମଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବଦଳି ଦାବି କରି କଟକର ଶିଳ୍ପପତିମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପ୍ରାୟ ୬ଟି ସଂଗଠନର ସଦସ୍ୟ ଜଗତପୁର ଓ ଖପୁରିଆ ଠାରେ ଥିବା ଜିଲ୍ଲା ଶିଳ୍ପ କେନ୍ଦ୍ର ସାମ୍ନାରେ ନିରବ ପ୍ରତିବାଦ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ପ୍ରତିବାଦ କରାଯାଇଥିବା ଓଡିଶା ଶିଳ୍ପ ସଂଘ କହିଛି।  ସେପଟେ ଶିଳ୍ପ ସଂଘ ପ୍ରତି କୋହଳ ମନୋଭାବ ପୋଷଣ କରିଛନ୍ତି କଟକ ଜିଲ୍ଲାପାଳ ।  ଜଗତପୁର ଶିଳ୍ପାଞ୍ଚଳରେ ବିତ୍ୟୁତ ସଂଯୋଗ ସ୍ବଭାବିକ କରିବା ପାଇଁ ସେସୁକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି । ….

{"id":113995}

କଟକରେ ଶିଳ୍ପ ସଂଘ ଓ ପ୍ରଶାସନ ମଧ୍ୟରେ ବିବାଦ ବଡ଼ିବାରେ ଲାଗିଛି । କଟକ ଡିସିପି ଓ ଏମଏସଏମଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବଦଳି ଦାବି କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିଳ୍ପପତି ସଂଘ । ବାତ୍ୟା ପରେ ସ୍ଥିତି ପରଖିବା ପାଇଁ ଆସିଥିବା ଏମ୍ଏସ୍ଏମ୍ଇ ବିଭାଗ ସଚିବ ଲକ୍ଷ୍ମୀ ନାରାୟଣ  ଗୁପ୍ତା ପୋଲିସ ଲଗାଇ ଶିଳ୍ପପତିଙ୍କୁ ଆକ୍ରମଣ କରାଇଥିବା ଅଭିଯୋଗ ହୋଇଛି। କଟକ ଡିସିପି ଅଖିଳେଶ୍ବର ସିଂଙ୍କ ନେତୃତ୍ବରେ ଶିଳ୍ପପତିଙ୍କ ନାଁରେ ମିଛ ମାମଲା ରୁଜୁ କରିବା ସହ ପୋଲିସ ବାଡେଇଥିବା କହିଛି ଶିଳ୍ପ ସଂଘ ।

{"id":113998}

ଏଭଳି ଘଟଣାର ପ୍ରତିବାଦରେ ଶିଳ୍ପ ସଂଘ ପ୍ରତିନିଧୀମାନେ କଳା ବ୍ୟାଚ୍ ପିନ୍ଧିବା ସହିତ  ସୋମବାର ଠାରୁ ସବୁ ଜିଲ୍ଲାର ଶିଳ୍ପ କେନ୍ଦ୍ରଗୁଡିକରେ ଘଣ୍ଟିକିଆ ଧାରଣା ଦେଇଛନ୍ତି। ଯେଉଁଥିରେ  ରାଜ୍ୟର ୬ଟି ଶିଳ୍ପ ସଂଗଠନ ସାମିଲ ହୋଇଛନ୍ତି।  ଏଥି ସହ ଜଗତପୁର ଶିଳ୍ପାଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ ପାଇଁ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଛନ୍ତି ।

{"id":113996}

ସେପଟେ ଏହି ଘଟଣାରେ କଟକ ଜିଲ୍ଲାପାଳ ନିଜ ଆଭିମୁଖ୍ୟ ବଦଳାଇଛନ୍ତି । ଶିଳ୍ପ ସଂଘକୁ ଆନ୍ଦୋଳନରୁ ଓହରିବାକୁ ଅନୁରୋଧ କରିବା ସହ ଜଗତପୁର ଅଂଚଳରେ ବିଦ୍ୟୁତ୍‌ ସଂଯୋଗ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସେସୁ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିବା କହିଛନ୍ତି ।

{"id":113997}

ସେପଟେ ପୋଲିସ-ଶିଳ୍ପସଂଘ ବିବାଦର ତଦନ୍ତ ଚାଲିଛି । ଅତିରିକ୍ତ ପୋଲିସ କମିଶନର ସଂଞ୍ଜୟ ସିଂ ଏହାର ତଦନ୍ତ କରୁଛନ୍ତି । ଶିଳ୍ପ ସଂଘ ପ୍ରତିନିଧିମାନଙ୍କୁ ଡାକି କଟକ ଓ ଭୁବନେଶ୍ବରରେ ବୟାନ ରେକର୍ଡ଼ କରାଯାଉଛି ।

{"id":113999}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.