Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

କଟକର ଆୟକର ଟ୍ରିବ୍ୟୁନାଲ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

11/11/2020 at 7:16 PM

କଟକ ୧୧/୧୧ : କଟକରେ ଉଦଘାଟିତ ହେଲା ଆୟକର ଟ୍ରିବ୍ୟୁନାଲ ଭବନ । ଭିଡିଓ କନଫେରେନସିଂ ଜରିଆରେ ଏହାକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଟ୍ରିବ୍ୟୁନାଲ ବିଲ୍ଡିଂ । ପୂର୍ବ ଭାରତ ତଥା ଉତ୍ତର ପୂର୍ବ ଭାରତର କରଦାତା ମାନଙ୍କୁ ଏଠାରୁ ଆବଶ୍ୟକୀୟ ସେବା ମିଳିପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ


ପୂର୍ବ ଭାରତର ଆୟକର ଦାତାମାନେ ଆଉ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । କାରଣ କରଦାତାଙ୍କ ପାଇଁ ଆୟକର ଟ୍ରିବ୍ୟୁନାଲ କଟକ ବେଞ୍ଚର ନିଜସ୍ବ ଭବନକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବିଲ୍ଡିଂ ଏବେ ରାଜ୍ୟର କରଦାତାଙ୍କ ସମେତ ପୂର୍ବ ଭାରତ ପାଇଁ ବିଶେଷ ଉପଯୋଗୀ ହେବ । ଭିଡିଓ କନଫେରେନସିଂ ମାଧ୍ୟମରେ ଏହି ବିଲ୍‌ଡିଂର ଲୋକାର୍ପଣ କରିଥିଲେ ମୋଦି । ଏହି ଅବସରରେ ସେ କହିଛନ୍ତି ଲକ ଡାଉନ ସମୟରେ ବି ଦେଶରେ ଆୟକର ଦାଖଲ ସନ୍ତୋଷ ଜନକ ରହିଛି । ବ୍ୟବସ୍ଥାର ସରଳୀକରଣ ଲାଗି ଏହା ସମ୍ଭବ ହୋଇପାରିଛି । ଆଗକୁ ଏଦିଗରେ ଅନେକ ସୁଧାର ଆସିବ । ରିଫର୍ମ , ପରଫର୍ମ , ଏବଂ ଟ୍ରାନ୍ସଫର୍ମର ମନ୍ତ୍ର ଦେଇଛନ୍ତି ମୋଦି।


କର୍ପୋରେଟ ଟ୍ୟାକ୍ସକୁ କମ କରାଯିବା ଦ୍ବାରା ଦେଶରେ ଆର୍ଥିକ ସୁଧାର ଆସିବ । ସେହିପରି ଜି ଏସ ଟି ରେ ସରଳୀକରଣ ଏବଂ ଆୟକର ଅଧିକ ଛାଡ କରାଯିବା ଦ୍ଵାରା ଦେଶରେ କରଦାତାଙ୍କ ସଂଖ୍ୟା ବଢିଛି । ତେଣୁ କରଦାତାଙ୍କୁ ଅଧିକରୁ ଅଧିକ ସେବା ଏବଂ ସୁଯୋଗ ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ଟ୍ରିବ୍ୟୁନାଲ ଗଠନ ଉପରେ ଗୁରୁତ୍ବ ଦେଇଛନ୍ତି ବୋଲି ମୋଦି କହିଛନ୍ତି । କଟକରେ ଇନକମ୍ ଟ୍ୟାକ୍ସ ଆଡମିନଷ୍ଟ୍ରେଟିଭ ଟ୍ରିବ୍ୟୁନାଲର ଏହି ବେଞ୍ଚ ପ୍ରତ୍ୟେକ ଲିଟିଗାଣ୍ଟ ମାନଙ୍କୁ ଉପଯୁକ୍ତ ସେବା ଦେବ ବୋଲି କହିଛନ୍ତି ମୋଦି ।


ମୋଟ ୧୯୩୮ ବର୍ଗମିଟର ସ୍ଥାନରେ କାର୍ଯ୍ୟାଳୟ ପରିସର ନିର୍ମାଣ କରାଯାଇଛି । ତିନି ମହଲା ବିଶିଷ୍ଟ ଅଟ୍ଟାଳିକାରେ ବଡ଼ କୋର୍ଟ କକ୍ଷ, ଅତ୍ୟାଧୁନିକ ରେକର୍ଡ କକ୍ଷ, ବେଞ୍ଚର ସଦସ୍ୟମାନଙ୍କ ପାଇଁ ସୁବ୍ୟବସ୍ଥିତ ଚାମ୍ବର୍ସ, ପାଠାଗାର କକ୍ଷ, ଅତ୍ୟାଧୁନିକ ସମ୍ମିଳନୀ କକ୍ଷ, ମକଦ୍ଦମାକାରୀଙ୍କ ପାଇଁ ଯଥେଷ୍ଟ ସ୍ଥାନ, ଆଇନଜୀବୀ, ଚାଟାର୍ଡ ଆକାଉଣ୍ଟାଣ୍ଟ ଆଦିଙ୍କ ପାଇଁ ବାର କକ୍ଷ ଆଦି ରହିଛି । ନୂଆ ଅଟ୍ଟାଳିକାରେ ଉନ୍ନତ ସଂଚାର ବ୍ୟବସ୍ଥା ସହିତ ଇ-କୋର୍ଟ ସୁବିଧା ରହିଛି। କଟକ ବେଞ୍ଚ ଏଠାକାର ମାମଲା ସମେତ କୋଲକାତା ଜୋନରେ ଥିବା ଅନ୍ୟ ନିଷ୍କ୍ରିୟ ବେଞ୍ଚ ଯେପରିକି ରାଞ୍ଚି, ପାଟନା ଓ ଗୌହାଟୀ କ୍ଷେତ୍ରରୁ ଆସୁଥିବା ମାମଲାଗୁଡ଼ିକର ଦ୍ରୁତ ସମାଧାନ କରିପାରିବ। ଏହି ଲୋକାର୍ପଣ ଉତ୍ସବରେ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଆୟକର ବିଭାଗର ବହୁ ଉଚ୍ଚାଧିକାରୀ ଯୋଗ ଦେଇଥିଲେ ।

   Related Posts