Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବ୍ୟାଙ୍କରୁ ଲୁଟି ଲାଲେଲାଲ୍ ଲାଲା, କରୁଥିଲା ଅୟସ- ଚଢୁଥିଲା ଦାମୀ ଗାଡି, ଆକାଉଟାଣ୍ଟ ନୀଳିମାଙ୍କ ସହ ମିଶି ଟଙ୍କା ସୁନା କରୁଥିଲା ହଡପ, ଏବେ ସୁଦ୍ଧା ୭ ଗିରଫ

25/11/2020 at 9:12 PM

କଟକ ୨୫।୧୧: ସୁନା ଲୁଟ୍ କରି ଓଏସ କରୁଥିଲା ଲାଲା। ଆଉ ଏଥିରେ ସହଯୋଗ କରିଥିଲେ ଲେଡି ଅଫିସର ତଥା ଆଇଆଇଏଫ୍‌ଏଲ୍‌ର ଆକାଉଣ୍ଟାଣ୍ଟ ନୀଳିମା। କଟକ ନୟାସଡକ ଆଇଆଇଏଫ୍‌ଏଲ୍‌ ସୁନା ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲାଲାର ସହଯୋଗୀ ନୀଳିମା ଗିରଫ। ନୀଳିମାଙ୍କୁ ମିଶାଇ ଏହି  ଲୁଟ୍‌ ମାମଲାରେ ଏବେ ସୁଦ୍ଧା ୭ ଜଣ ଗିରଫ ହୋଇଛନ୍ତି। ଏଥିସହ ୩ କେଜି ସୁନା ଜବତ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ।

ଅଡିଟ୍‌ରେ ଫାଙ୍କିବା ପାଇଁ ନକଲି ସୁନା ମିଶାଇଥିଲା ଲାଲା। ହଡପ ଟଙ୍କାରେ  ବିଳାସପୂର୍ଣ୍ଣ  ଜୀବନ ବିତାଉଥିଲା ଲାଲା। ଦାମୀ ଗାଡି ଚଢୁଥିଲା। ମନଇଚ୍ଛା ଖର୍ଚ୍ଚ କରୁଥିଲା। ତେବେ ସେ ଏବେ ନୁହେଁ କେବେଠୁ ବ୍ୟାଙ୍କରୁ  ଟଙ୍କା, ସୁନା, ହଡପ କରୁଥିଲା। ସେଥିପାଇଁ ବିଭିନ୍ନ ପନ୍ଥା ଆପଣେଇଥିଲା ଅଭିଯୁକ୍ତ।  ତଦନ୍ତରୁ ଜଣା ପଡିଛି ଯେ, ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତକୁ ସିଧାସଲଖ ନୀଳିମା ସହଯୋଗ କରୁଥିଲା। ନୀଳିମା ଆଇ ଆଇ ଏଫ୍ ଏଲ ସଂସ୍ଥାର ଏକାଉନଟେନଟ । ଲାଲାଅମ୍ରିତ କୁ ଗିରଫ କରାଯାଇଥିବା ବେଳେ ନୀଳିମାକୁ ଅଟକ ରଖି ପୁଲିସ ପଚରାଉଚୁରା କରିଥିଲା।  ଲୁଟ୍ ଲିଙ୍କ୍‌ରେ ଆଜି ମାନାପୁରମ୍ ଗୋଲ୍ଡ ଲୋନ ସଂସ୍ଥାରେ ମଧ୍ୟ ଲାଲାକୁ ନେଇ ଅଧିକ ତଦନ୍ତ କରିଥିଲା ପୋଲିସ ।

ସୂଚନାଯୋଗ୍ୟ, ସୁନା ଲୁଟ୍ ପାଇଁ ଏକ ନାଟକ ରଚାଯାଇଥିଲା। ଏହି ନାଟକ ଆଇଆଇଏଫ୍‌ଏଲ୍‌ର କିଛି କର୍ମଚାରୀ ରଚିଥିଲେ। ସୁନା ହେରଫେର କରି ଏହାକୁ ଲୁଟ୍‌ର ରୁପ ଦେବାକୁ ହୋଇଥିଲା ଯୋଜନା । ଲୁଟ୍‌ରେ ସଂପୃକ୍ତ ସଂସ୍ଥାର ଜଣେ କର୍ମଚାରୀ, ତାଙ୍କ ଭାଇ ସହ ମୋଟ ୬ ଜଣକୁ ପୁଲିସ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୩ କେଜି ସୁନା ଜବତ ହୋଇଥିବା ବେଳେ ଅନ୍ୟ ସୁନାକୁ ଜବତ କରିବା ପାଇଁ କଟକ ସହର ସମେତ ଆଖ ପାଖ ଅଞ୍ଚଳରେ ଚଢାଉ କରୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଦିନ କଟକ ନୟାସଡ଼କ ସ୍ଥିତ ଆଇଆଇଏଫ୍‌ଏଲ୍‌ରୁ ୨୦ କୋଟି ଟଙ୍କାର ସୁନାଗହଣା ଲୁଟିନେଇଥିଲେ ଦୁର୍ବୁତ୍ତ । ତେବେ ଏତେ କମ ସମୟରେ ଏତେ ପରିମାଣର ସୁନା ଲୁଟ କିପରି ହେଲା । ଲୁଟ୍‌ ସମୟରେ ଆଇଆଇଏଫ୍‌ଏଲ୍‌ର ସିସିଟିଭ କାମ କରୁନଥିଲା । ଏପରି ଆଦି ଅନେକ ପ୍ରଶ୍ନର  ଛାନ୍‌ଭିନ୍‌ ଆରମ୍ଭ କରିଥିଲା କମିଶନରେଟ୍ ପୋଲିସ । ଘଟଣାର ତଦନ୍ତ ଓ ଛାନ୍‌ଭିନ୍‌ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା ଏବଂ ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ କରିଥିଲା । ମଙ୍ଗଳବାର ଦିନ ଲୁଟ୍ ଘଟଣାକୁ ନେଇ ପୋଲିସ କମିଶନର ପ୍ରେସମିଟ୍ କରିଥିଲେ ।

ପ୍ରେସମିଟ୍‌ରେ ପୋଲିସ କମିଶନର କହିଥିଲେ ଯେ, ମାତ୍ର ୬ ଦିନରେ ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇଛି । ଘଟଣା ଦିନ IIFLର ନୟାସଡକ ବ୍ରାଞ୍ଚ ଖୋଲିବା ପରେ ୪ ଜଣ ଦୁର୍ବୃତ୍ତ ଜବରଦସ୍ତି ପଶିଥିଲେ । ସମସ୍ତେ ମୁହଁ ଘୋଡାଇଥିଲେ । ଜଣଙ୍କ ହାତରେ ବନ୍ଧୁକ ଥିଲା । ବ୍ରାଞ୍ଚର ଜଣେ କର୍ମଚାରୀ ଲକର ଖୋଲିଥିଲେ । ଲକରରୁ ପୁଳା ପୁଳା ସୁନା ସେମାନଙ୍କୁ ଦେଇଦେଇଥିଲେ । ଲୁଟେରାମାନେ ସୁନା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହା ଏକ ଯୋଜନାବଦ୍ଧ ଅପରାଧ ଥିଲା । ଘଟଣା ଦିନ IIFL ବ୍ରାଞ୍ଚର ସମସ୍ତ ସୁରକ୍ଷା ବ୍ୟବସ୍ଥା ଆକାମୀ ଥିଲା । ସିସିଟିଭି ବନ୍ଦ ରହିଥିଲା । ସିକ୍ୟୁରିଟି ଗାର୍ଡ ମଧ୍ୟ ଛୁଟିରେ ଥିଲେ । ଲୁଟ୍ ଘଟଣାର ମୁଖ୍ୟ କାର୍ପଟଦାର ଥିଲେ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ। ସେ ଲୁଟେରାମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ କରିଥିଲେ ।

ଡକାୟତି ଘଟଣାରେ ୪ ଜଣ ସଂପୃକ୍ତ ଥିବା ବେଳେ ପଞ୍ଚମ ବ୍ୟକ୍ତି ନଆସି ଲୁଟ୍ ଘଟଣାକୁ ପରିଚାଳିତ କରିଥିଲେ । ସେ ହେଉଛନ୍ତି ବାପୁ ଓରଫ ରଞ୍ଜନ ବେହେରା । ତାଙ୍କ ଘର କିଶନନଗର ଅଞ୍ଚଳରେ ବିଶ୍ବନାଥପୁରରେ । ଲାଲା ଅମ୍ରିତ ରାୟ ତାଙ୍କ ପିଲା ଦିନର ସାଙ୍ଗ । ଲୁଟ୍ ପାଇ ଆସିଥିବା ୪ ଜଣ ହେଉଛନ୍ତି ରାଜକିଶୋର ସାହୁ, ବିଜୁ ଓରଫ ପ୍ରକାଶ ସାହୁ, ପଦିଆ ଓରଫ ପ୍ରଦୀପ୍ତ ବେହେରା ଏବଂ ବାପି ଓରଫ ସନ୍ତୋଷ ଭୋଇ । ସମସ୍ତଙ୍କୁ ଅଟକ ରଖାଯାଇଛି । ଘଟଣାରେ ବ୍ୟବହୃତ ବାଇକ୍ ଜବତ କରାଯାଇଛି । ଲୁଟ୍ ହୋଇଥିବା ସୁନାରୁ ୨ କିଲୋରୁ ଅଧିକ ସୁନା ଜବତ ହୋଇଛି ।

   Related Posts