କଟକରେ ଉଚ୍ଛେଦ ଅଭିଯାନରେ ଭଙ୍ଗାହେବ ହିନ୍ଦ୍ ସିନେମା : ସେପଟେ ବ୍ୟବସାୟୀଙ୍କ ଧମକ, ଥଇଥାନ ନକଲେ ଆତ୍ମାହୂତି ଦେବୁ

Published By : Prameya-News7 Bureau | February 08, 2020 IST

କଟକ ୮।୨: ରାଣୀହାଟରେ ଥିବା କଟକର ଅନ୍ୟତମ ପୁରାତନ ହିନ୍ଦ୍ ସିନେମା ବେଶ୍ କିଛି ସରକାରୀ ଜମି ହଡପ କରି ସ୍ଥାୟୀ ନିର୍ମାଣ କରିଛି । କଟକ ଏସସିବି ମେଡିକାଲ ସମ୍ପ୍ରସାରଣ ପ୍ରକଳ୍ପର ଉଚ୍ଛେଦ କାମ ପାଇଁ ଜିଲ୍ଲା ପ୍ରଶାସନର ସରଜମିନ୍ ତଦନ୍ତ ବେଳେ ଏଭଳି କଥା ପଦାକୁ ଆସିଛି । ଏବେ ହିନ୍ଦ୍ ସିନେମାର ଅଧିକାଂଶ ଅଂଶକୁ ଭାଙ୍ଗିବାକୁ ଯାଉଛି ପ୍ରଶାସନ । ସେପଟେ ରାଣୀହାଟରେ ଉଚ୍ଛେଦ ପୂର୍ବରୁ ବ୍ୟବସାୟୀଙ୍କୁ ସ୍ଥାୟୀ ଭାବେ ଥଇଥାନ କରାନଗଲେ ବ୍ୟବସାୟୀମାନେ ଆତ୍ମାହୂତି ଦେବେ ବୋଲି ପୂଜା କମିଟି ତରଫରୁ କୁହାଯାଇଛି ।

{"id":221891,"sizeSlug":"large"}

କଟକ ଏସସିବି ମେଡିକାଲ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଜବର ଦଖଲ ବାବଦରେ ସରଜମିନ୍ ତଦନ୍ତ ବେଳେ ଅନେକ ଭିତିରି କଥା ସାମ୍ନାକୁ ଆସିଛି । ଆଜି ସକାଳେ ଜିଲ୍ଲାପାଳ ରାଣୀହାଟ ଅଞ୍ଚଳରେ ଥିବା ଜବରଦଖଲର ଅନୁଧ୍ୟାନ କଲାବେଳେ ସହରର ଅନ୍ୟତମ ସର୍ବପୁରାତନ ସିନେମା ହଲ୍ ହିନ୍ଦ୍ ସିନେମା ବ୍ୟାପକ ପରିମାଣର ସରକାରୀ ଜମି ଉପରେ ହଲ୍ ନିର୍ମାଣ କରିଥିବା ଜଣାପଡିଛି । ଏବେ ପ୍ରଶାସନ ହିନ୍ଦ୍ ସିନେମାର ବେଆଇନ ନିର୍ମାଣକୁ ଭାଙ୍ଗିବାକୁ ଯାଉଛି ।

{"id":221892,"sizeSlug":"large"}

ହିନ୍ଦ୍ ସିନେମାର ଜବରଦଖଲ କେତେ ଅଛି ତାହା ଜାଣିବା ପାଇଁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଜି ମପା ଚୁପା କରାଯାଇଛି । ହିନ୍ଦ୍ ସିନେମା ସହ ରାଣୀହାଟ ପୂଜା କମିଟି ନିକଟରେ କିଛି କ୍ଲବ୍ ଘର ଓ ସ୍ଥାନୀୟ ଲୋକେ ବେଆଇନ ଭାବେ ଘର ତିଆରି କରିଥିବା ନଜରକୁ ଆସିଛି । ମେଡିକାଲକୁ ଆମ୍ବୁଲାନ୍ସ ଯେପରି ସ୍ବଚ୍ଛନ୍ଦରେ ଯାଇପାରିବ, ସେଥିପାଇଁ ରାଣୀହାଟ ହିନ୍ଦ୍ ସିନେମା ଛକରୁ ମେଡିକାଲ ପର୍ଯ୍ୟନ୍ତ ଏକ ପ୍ରଶସ୍ତ ରାସ୍ତା ତିଆରି ହେବ । ଏଥିପାଇଁ ରାସ୍ତାର ଉଭୟ ପାଖରେ ଥିବା ଦୋକାନ ଘରଗୁଡିକ ଭଙ୍ଗାଯିବାର ଆବଶ୍ୟକତା ରହିଛି । ମାତ୍ର ଦୋକାନ ଘର ଭାଙ୍ଗିବା ପୂର୍ବରୁ ବ୍ୟବସାୟୀମାନଙ୍କୁ ସ୍ଥାୟୀ ଭାବେ ଥଇଥାନ ବ୍ୟବସ୍ଥା କରିବାକୁ ରାଣୀହାଟ ପୂଜା କମିଟି ଦାବି କରିଛି ।

{"id":221893,"sizeSlug":"large"}

ସେପଟେ ରାଣୀହାଟ ଅଞ୍ଚଳରେ ଜବରଦଖଲ କରି ରହୁଥିବା ଲୋକମାନଙ୍କୁ ଉଚ୍ଛେଦ ପରେ ଅନ୍ୟତ୍ର ରହିବା ପାଇଁ ସରକାରୀ ହିସାବରେ ଟଙ୍କା ଦେବା ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.