କରୋନାର ନୂଆ ହଟ୍‌ସ୍ପଟ୍ ମାଲଗୋଦାମ ବେହେରା ସାହି, ବଦଳିଲା ଦୋକାନ ଖୋଲିବାର ସମୟ : ଭୟରେ ଛତ୍ରବଜାର ଆସୁନାହାନ୍ତି ବ୍ୟବସାୟୀ

Published By : Prameya-News7 Bureau | August 04, 2020 IST

କଟକ ୪।୮: ମାଲଗୋଦାମ ବେହେରା ସାହି କଟକର ନୂଆ ହଟସ୍ପଟ । ଏଠାରୁ ଶତାଧିକ କରୋନା ପଜିଟିଭ ଚିହ୍ନଟ ହେବା ପରେ ଛାନିଆ ବ୍ୟବସାୟୀ । ମାଲଗୋଦାମରେ କେତେବେଳେ କେଉଁ ଦୋକାନ ଖୋଲିବ, ସେ ନେଇ ବ୍ୟବସାୟୀ ସଂଘ ବୈଠକରେ ସମୟ ନିର୍ଘଣ୍ଟ ହୋଇଛି । ସେପଟେ କରୋନା ପ୍ରଭାବରେ ଛତ୍ରବଜାରକୁ ବି ଆସୁନାହାନ୍ତି ବ୍ୟବସାୟୀ । ଅନ୍ୟପଟେ ସଂକ୍ରମଣ ରୋକିବାକୁ ସିଏମସି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଥିବା ଜିଲ୍ଲାପାଳ କହିଛନ୍ତି ।

{"id":309752,"sizeSlug":"large"}

ମାଲୋଗାଦାମ ଓ ଛତ୍ରବଜାର ବ୍ୟବାସାୟୀଙ୍କୁ ଘାରିଛି କରୋନା ଭୟ । ମାଲଗୋଦାମ ବେହେରା ସାହିରୁ ଶତାଧିକ ପଜିଟିଭ ଚିହ୍ନଟ ହେବା ପରେ ଭୟରେ ବ୍ୟବସାୟୀ । ସଂକ୍ରମଣ ବଢୁଥିବାରୁ ମାଲଗୋଦାମରେ କେତେବେଳେ କେଉଁ ଦୋକାନ ଖୋଲିବ ସେ ନେଇ ବ୍ୟବସାୟୀ ସଂଘ ବୈଠକରେ ନିଷ୍ପତ୍ତି ହୋଇଛି । ହୋଲସେଲ ଗୋଦାମ ସକାଳ ୧୦ ଟାରୁ ଦିନ ୨ଟା ଯାଏ ଖୋଲିବ । ରିଟେଲ ବ୍ୟବସାୟୀ ଦିନ ୨ଟାରୁ ରାତି ୮ଟା ଏବଂ  ଅଣ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୋଦାମ ସକାଳ ୭ଟାରୁ ସକାଳ ୧୦ଟା ଯାଏଁ ବ୍ୟବସାୟ କରିବେ । ମାଲଗୋଦାମ ଦୋକାନ ସମ୍ମୁଖରେ କୌଣସି ସାମଗ୍ରୀ ଗଦା ହୋଇପାରିବ ନାହିଁ । ବ୍ୟବସାୟୀଙ୍କ ଛଡା ଅନ୍ୟ କାହାର ଗାଡି ମଧ୍ୟ ଏଠାରେ ରହି ପାରିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ସେପଟେ କରୋନା ଭୟରେ ଛତ୍ରବଜାରକୁ ଆସୁନାହାନ୍ତି ବ୍ୟବସାୟୀ । ସେଥିପାଇଁ ପ୍ରଶାସନର ହସ୍ତକ୍ଷେପ ଲୋଡିଛି ଛତ୍ର ବଜାର ବ୍ୟବାସୀୟ ସଂଘ ।

{"id":309738,"sizeSlug":"large"}

ସହରରେ ଅଧିକ ଟେଷ୍ଟିଂ ହେଉଥିବାରୁ ପଜିଟିଭ ସଂଖ୍ୟା ବଢୁଛି ବୋଲି ଜିଲ୍ଲାପାଳ କହିଛନ୍ତି । ମାଲଗୋଦାମ ବେହେରା ସାହିରୁ ଅଧିକ ସଂଖ୍ୟକ ପଜିଟିଭ ବାହାରିବା ପରେ ମାଲୋଗଦାମରେ କେମିତି ବ୍ୟବସାୟ ହେବ ଓ ସଂକ୍ରମଣ କିଭଳି ରୋକାଯାଇ ପାରିବ ସେ ନେଇ ସିଏମସି ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଥିବା କହିଛନ୍ତି କଟକ ଜିଲ୍ଲାପାଳ ।

{"id":309739,"sizeSlug":"large"}

ମାଲଗୋଦାମ ଓ ଛତ୍ରବଜାରକୁ ପ୍ରତ୍ୟକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥାଏ ସାମଗ୍ରୀ । ସେଥିପାଇଁ ଏଭଳି କରୋନା ସମୟରେ ବ୍ୟବସାୟୀ ମାନେ ବ୍ୟବସାୟ କରିବାକୁ ଭୟଭୀତ ହେଉଥିବା ଉଭୟ ମାଲଗୋଦାମ ଓ ଛାତ୍ର ବଜାର ବ୍ୟବାସାୟୀ ସଂଘ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.