ରାଜଧାନୀରେ ଲୁଟେରାଙ୍କୁ ପାନେ ଦେଲେ କଟକି ଝିଅ, ପ୍ରଶଂସା ସହ ସମ୍ୱର୍ଦ୍ଧିତ କଲେ ବିଧାୟକ

Published By : Prameya-News7 Bureau | November 09, 2021 IST

କଟକ ୦୯/୧୧: ରାଜଧାନୀରେ ଲୁଟେରାଙ୍କ ସାମନା କରି ତାଙ୍କୁ କାଵୁ କରିଵାରେ ସଫଳ ହେଇ କଟକର ଝିଅ ଏଵେ ଚର୍ଚ୍ଚାରେ। ଗତ ଶୁକ୍ରବାର ସଂଧ୍ୟା ପ୍ରାୟ ୭ଟା ଵେଳେ କିଟ୍ ଛକରୁ ଏକ ଟେମ୍ପୋରେ ଜୟଦେବ ଵିହାର ଯାଉଥିଲେ କଟକ ଝାଞ୍ଜିରିମଙ୍ଗଳାର ପ୍ରଜ୍ଞା ରାୟ । ନାଲକୋ ଛକ ନିକଟରେ ଟେମ୍ପୋକୁ ଜଣେ ଯୁଵକ ଅଟକାଇ ଜୟଦେବ ଵିହାର ଯିବା ଵାହାନା କରି ଡ୍ରାଇଭରଙ୍କ ସହ କଥା ହୋଇଥିଲା ।

wp:gallery {"ids":[541102],"linkTo":"none"} /wp:gallery

ଡ୍ରାଇଭରଙ୍କ ସହ ସାମାନ୍ୟ କଥା ହେଵା ଭିତରେ ଯୁଵକ ଜଣକ ପ୍ରଜ୍ଞାଙ୍କ ହାତରେ ଥିବା ମୋଵାଇଲଟିକୁ ଛଡାଇ ଦଉଡିଵାକୁ ଲାଗିଥିଲା।ଟେମ୍ପୋଟି ସେତେବେଳେ ଗଡିଵାକୁ ଆରମ୍ଭ କରିଥିଲେ ମଧ୍ୟ ପ୍ରଜ୍ଞାଙ୍କ ଟେମ୍ପୋରୁ ଡେଇଁ ପଡି ଲୁଟେରାର ପିଛା କରିଥିଲେ । ଲୁଟେରାକୁ ଗୋଡାଇ ପ୍ରଜ୍ଞାଙ୍କ ତାକୁ ପଛରୁ ଧକ୍କା ଦେଵାରୁ ଯୁବକଟି ତଳେ ପଡି ଯାଇଥିଲା । ପ୍ରଜ୍ଞା ତୁରନ୍ତ ଯୁଵକଟିକୁ କାଵୁ କରି ନେଇଥିଲେ । ସ୍ଥାନୀୟ ଲୋକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯୁଵତୀଙ୍କୁ ସହାୟତା କରିବା ସହ ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଖଵର ଦେଇଥିଲେ ।

wp:gallery {"ids":[541103],"linkTo":"none"} /wp:gallery

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରାକୁ ଗିରଫ କରିବା ସହ ପ୍ରଜ୍ଞାଙ୍କ ଵୟାନ ଆଧାରରେ ଏତଲା ଦାଏର କରିଥିଲା । ତେଵେ ଏହି ଘଟଣାର ସୁଯୋଗ ନେଇ ଲୁଟେରାର ଅନ୍ୟ ଜଣେ ସହଯୋଗୀ ଫେରାର ହୋଇଯାଇଥିଲା। ପ୍ରଜ୍ଞା ଲୁଟେରାଠାରୁ ନିଜ ଫୋନ ଛଡାଇ ଆଣିଵାରେ ସଫଳ ହୋଇଥିଲେ । ପ୍ରଜ୍ଞା ରାୟ ଏଵେ କିଟ୍ ଵିଶ୍ବଵିଦ୍ୟାଳୟରେ ମାସ୍ କମୁନିକେଶନ ପଢୁଛନ୍ତି । ପ୍ରଜ୍ଞାଙ୍କ ଏପରି ସାହସ ପାଇଁ କମିଶନରେଟ ପୋଲିସ ପକ୍ଷରୁ ତାଙ୍କୁ ଵେଶ୍ ପ୍ରଶଂସା କରାଯାଇଛି । ସ୍ଥାନୀୟ ବିଧାୟକ ମହମ୍ମଦ୍ ମୋକ୍କିମ୍ ପ୍ରଜ୍ଞାଙ୍କୁ ଭେଟି ସମ୍ବର୍ଦ୍ଧିତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.