ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ଥିଲେ ଅବସାଦଗ୍ରସ୍ତ, ପରିବାର ଲୋକଙ୍କ ସୂଚନା ପରେ ଆଲୋଡନ
19/06/2020 at 6:58 PM

କଟକ, ୧୯|୦୬: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ବ୍ୟଥିତ ହୋଇ ଜୀବନ ହାରିଲେ ଛାତ୍ରୀ ! ଏଭଳି ଦୁଃଖଦ ଖବର କଟକରେ ଘଟିଛି । ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ସହ ଏଭଳି ଏକ ସମ୍ପର୍କକୁ ନେଇ ଆଲୋଡନ ସୃଷ୍ଟି ହୋଇଛି ।
ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଝୁଲିପଡିଲେ । ସୁଶାନ୍ତ ସିଂ ରାଜପୁତଙ୍କୁ ଝୁରି ଝୁରି ତାଙ୍କରି ଭଳି ଅତ୍ମହତ୍ୟା କରିଦେଲେ କଟକର ନାବାଳିକା । ଅଭିଯୋଗ ଅନୁସାରେ ସରସ୍ବତୀ ଶିଶୁ ମନ୍ଦିରରର ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଜଣଙ୍କ ସୁଶାନ୍ତ ସିଂ ରାଜପୁତଙ୍କ ଜଣେ ବଡ ଫ୍ୟାନ ଥିଲେ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସେ ଏତେ ମ୍ରିୟମାଣ ହୋଇପଡିଥିଲେ, ଯେ ଶେଷରେ ସେ ବି ନେଇଗଲେ ଚରମ ପଦକ୍ଷେପ । ସୁଶାନ୍ତଙ୍କ ଭଳି ବେକରେ ଓଢଣୀ ଲଗାଇ ଝୁଲିପଡିଥିବା ପରିବାର ଲୋକେ କହିଛନ୍ତି । ଛାତ୍ରୀ ଙ୍କ ଆତ୍ମହତ୍ୟାକୁ ନେଇ ମାଲଗୋଦାମ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।
ଦେଶର ବିଭିନ୍ନ ସ୍ଥାନରୁ ନାବାଳିକା ଛାତ୍ରୀ ଓ ଯୁବତୀ ସୁଶାନ୍ତଙ୍କ ପାଇଁ ଆତ୍ମହତ୍ୟା କରୁଥିବା ଅଭିଯୋଗମାନ ଆସିଛି । ଆଣ୍ଡାମାନ୍ ପୋର୍ଟ ବ୍ଲେୟାରର ଜଣେ ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ସେ ସୁଶାନ୍ତଙ୍କ ଫ୍ୟାନ ଥିଲେ । ସେହିଭଳି ପାଟନାର ଜଣେ ୧୭ ବର୍ଷୀୟା ଝିଅ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ନିଜକୁ ସମ୍ଭାଳି ପାରିନଥିଲେ । ଏହାପରେ ସେ ଘରେ ପଙ୍ଖାରେ ଶାଢୀରେ ଝୁଲିପଡିଥିଲେ । ମଧ୍ୟପ୍ରଦେଶ ସାଗର ଜିଲ୍ଲାର ବି ସମାନ ଘଟଣା । ଜଣେ ଯୁବତୀ ସୁଶାନ୍ତଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କରିଦେବେ ବୋଲି କହିଆସୁଥିଲେ । ପରିବାର ଲୋକେ ଏହାକୁ ଏତେ ଗରୁତର ସହ ନେଇନଥିଲେ । ପରେ ଯୁବତୀ ଜଣଙ୍କ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଦେଇଥିବା ଅଭିଯୋଗ ହୋଇଛି ।
ସେପଟେ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ସୋନୁ ନିଗମ ଦେଇଛନ୍ତି ବିସ୍ଫୋରକ ବୟାନ । ସେ କହିଛନ୍ତି ବଲିଉଡ୍ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରୁ ବି ଏପରି ଖବର ଆସିବାର ସମ୍ଭାବନା ରହିଛି । ଜଣେ ଜଣାଶୁଣା ଷ୍ଟାର କୁଆଡେ ଅନେକ ସିଙ୍ଗର ଓ ମ୍ୟୁଜିକ୍ ଡାଇରେକ୍ଟରଙ୍କୁ ହଇରାଣ ହରକତ କରୁଥିବା ସେ ଏକ ଭିଡିଓ ଜାରି କରି କହିଛନ୍ତି ।

ସେପଟେ ସୁଶାନ୍ତସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ମୁମ୍ବାଇ ପୋଲିସ ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତିଙ୍କୁ ୯ ଘଣ୍ଟା ଧରି ପଚରା ଉଚରା କରିଛି । ରିଆଙ୍କ ଫୋନ୍ ସ୍କାନ କରାଯିବା ସହ ଉଭୟଙ୍କ ମଧ୍ୟରେ ଚାଟ୍, ମ୍ୟାସେଜ୍, ଫଟୋ ଆଦିକୁ ସ୍କାନ କରାଯାଇ ତଦନ୍ତ ପରିସରଭୁକ୍ତ କରାଯାଇଛି । ଶୁଣିବାକୁ ମିଳିଛି ଉଭୟ ମୁମ୍ବାଇରେ ଏକ ପ୍ରପର୍ଟି କିଣିବାକୁ ପ୍ଲାନ କରିଥିଲେ । ୨୦୨୦ ଶେଷ ଆଡକୁ ବିବାହ କରିବାକୁ ସ୍ଥିର କରିଥିଲେ । ସୁଶାନ୍ତଙ୍କ ପାଖରେ ଫିଲ୍ମର ଅଭାବ ନଥିଲା ବୋଲି ରିଆ କହିଛନ୍ତି । ଉଭୟ ମିଶି ଏକ ଫିଲ୍ମରେ କାମ କରିବେ ବୋଲି ଫାଇନାଲ୍ ହୋଇଥିଲା । କରୋନା ପାଇଁ ଏହା ବିଳମ୍ବିତ ହୋଇଥିବା ରିଆ ପୋଲିସକୁ କହିଛନ୍ତି ।