ଅନଲାଇନ୍‌ରେ ବିକିବୁନାହିଁ ମଦ, ଅଫଲାଇନ୍ ପାଇଁ ଦିଆଯାଉ ଅନୁମତି : ମଦ ବ୍ୟବସାୟୀ ସଂଘ

Published By : Prameya-News7 Bureau | May 24, 2020 IST

କଟକ ୨୪।୫: କଟକ ସହର ତଥା କଟକ ଜିଲ୍ଲାରେ ମଦ ବ୍ୟବସାୟୀମାନେ ଅନଲାଇନରେ ମଦ ବିକ୍ରି କରିବେ ନାହିଁ । କଟକ ଜିଲ୍ଲା ବିଦେଶୀ ମଦ ବ୍ୟବସାୟୀ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସଂଘର କହିବା ଅନୁସାରେ କେବଳ ଅନଲାଇନରେ ମଦ ବିକିଲେ ବ୍ୟବସାୟୀମାନଙ୍କର ମାସିକ ଗ୍ୟାରେଣ୍ଟି କୋଟା ପୂରଣ ହେବ ନାହିଁ ।

ମାସିକ ଗ୍ୟାରେଣ୍ଟି କୋଟା ନିୟମ ଅନୁସାରେ ବ୍ୟବସାୟୀମାନେ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ମଦ ବିକ୍ରି କରିବାକୁ ବାଧ୍ୟ । ସେତିକି ପରିମାଣର ମଦ ବିକ୍ରି କରିନପାରିଲେ ମଦ ବ୍ୟବସାୟୀଙ୍କୁ ଜରିମନା ଦେବାକୁ ପଡେ ।

ତେଣୁ ବ୍ୟବସାୟୀମାନଙ୍କ କହିବା ଅନୁସାରେ କେବଳ ଅନଲାଇନରେ ମଦ ବିକିଲେ ମାସିକ କୋଟା ପୁରଣ ହେବ ନାହିଁ । ଏହା ଦ୍ବାରା ମଦ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେବେ ବୋଲି ସଂଘ କହିଛି । ତେଣୁ ଅନଲାଇନ ସହ ଅଫଲାଇନରେ ମଧ୍ୟ ମଦ ବିକ୍ରି ପାଇଁ ସରକାର ଅନୁମତି ଦେବା ପାଇଁ ବ୍ୟବସାୟୀ ସଂଘ ଦାବି କରିଛି । ଏହା ନହେଲେ କଟକରେ ବ୍ୟବସାୟୀମାନେ ମଦ ବିକିବେ ନାହିଁ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.