Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲିଗୁଡା : ପାରିବାରିକ କଳହ ନେଲା ଜୀବନ, ଚୈତନ୍ୟଙ୍କୁ ମାରିଦେଲେ ବାପା ଓ ୨ ଭାଇ
  • ||
  • ବାଙ୍କୀ : ବାଙ୍କୀ ହୁଳୁହୁଳା ପୋଲ ଉପରେ ପୁଣି ୨ ଫୁଟ ବନ୍ୟା ଜଳ ପ୍ରବାହିତ, ଯାତାୟାତ ବାଧାପ୍ରାପ୍ତ
  • ||
  • ଚାନ୍ଦବାଲି : ଚାନ୍ଦବାଲିର ୪ ପଞ୍ଚାୟତର ୧୦ଗୋଟି ଗାଁ ବନ୍ୟା ଘେରରେ, ୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ଚଣ୍ଡିଖୋଲ : ଗ୍ୟାସ୍ ଗାଡି ସହ ବାଇକ୍ ଧକ୍କା : ୨ ଗୁରୁତର, ଜାତୀୟ ରାଜପଥରେ ଗ୍ୟାସ୍ ଲିକ୍
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ଭୁବନେଶ୍ବର : ସିଲ୍ ହେଲା ଭୁବନେଶ୍ବର ତହସିଲ୍ ଓ ଉପଜିଲ୍ଲାପାଳ ଅଫିସ୍, କରୋନା ପଜିଟିଭ୍ ସଂଖ୍ୟା ବଢିବାରୁ ପଦକ୍ଷେପ
  • ||
  • ପାଟଣାଗଡ : ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • କଟକ : ମୁଣ୍ଡଳୀରେ ବଢିଲା ମହାନଦୀ ଜଳସ୍ତର, ସେପଟେ ନରାଜରେ କାଠଯୋଡି ଜଳସ୍ତର ସାମାନ୍ୟ ବୃଦ୍ଧି
  • ||

ବନ୍ୟା ବାତ୍ୟା ବେଳେ ମିଳୁଛି ୬ ମାସିଆ ନିଯୁକ୍ତି, ସେଥିରେ ବି ଅନିୟମିତତା : କାର୍ଯ୍ୟାଳୟ ଘେରିଲେ ୧୮୫ ଠିକା କର୍ମଚାରୀ

20/05/2019 at 4:04 PM

କଟକ (କିରଣ କାନୁନଗୋ)୨୦|୫: ୬ମାସିଆ ଚାକିରି, ସେଥିପରେ ପୁଣି ଚଞ୍ଚକତା । ବାତ୍ୟା, ବନ୍ୟା ଭଳି ପାକୃତିକ ବିପର୍ଯ୍ୟୟ ସମୟରେ କାମ କରିବାକୁ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଖରେ ଲୋକ ନାହାନ୍ତି । ସେଥିପାଇଁ ପ୍ରତିବର୍ଷ ଜୁନ୍‌ ମାସରେ କିଛି ଲୋକଙ୍କୁ ଠିକା ନିଯୁକ୍ତି ଦେଇ କାମ ଚଳାଇବାକୁ ପ​ଡ଼େ । ସେଥିରେ ପୁଣି ଅନିୟମିତତା କାହିଁକି । ଏହି କାମ ପାଇଁ ଷ୍ଟେଟ୍‌ ପୋର୍ଟ ଅଧୀନରେ ଠିକା ନିଯୁକ୍ତି ପାଇଥିବା ୧୮୫ ଡ୍ରାଇଭର ଓ ଖଲାସୀଙ୍କୁ ଠିକ୍‌ ଭାବେ ପୋଷ୍ଟିଂ ନଥିବା ଓ ଦରମା ଦିଆନଯିବାକୁ ନେଇ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗ କାର୍ଯ୍ୟାଳୟରେ ହୋ-ହଲ୍ଲା କରିଛନ୍ତି ସମ୍ପୃକ୍ତ କର୍ମଚାରୀମାନେ ।…..

୬ମାସିଆ ନିଯୁକ୍ତି ଦେଲେ, ହେଲେ ନା’ ସେମାନଙ୍କୁ ମିଳୁଛି ପୋଷ୍ଟିଂ ଅର୍ଡ଼ର ନା’ ମିଳୁଛି ଦରମା ।  ରାଜ୍ୟରେ ବେକାରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ୬ମାସ ପାଇଁ ହେଉ ପଛରେ ଯେଉଁମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ବେଳେ ରାଜସ୍ବ ବିପର୍ଯ୍ୟୟ  ପରିଚାଳନା  ବିଭାଗ ଅଧୀନରେ କାମ କରିବାକୁ ନିଯୁକ୍ତି ଦିଆଯାଇଛି ସେମାନଙ୍କ ଭିତରୁ ୧୮୫ଜଣ ଡ୍ରାଇଭର ଓ ଖଲାସୀଙ୍କୁ ନା ମିଳୁଛି ପୋଷ୍ଟିଂ ଅର୍ଡ଼ର ନା ମିଳୁଛି ଦରମା ।

ଏମିତିରେ ରାଜସ୍ବ ପରିଚାଳନା ବିଭାଗ କାର୍ଯ୍ୟାଳୟରେ ହୋ-ହଲ୍ଲା କରିଛନ୍ତି ସଂପୃକ୍ତ ଠିକା କର୍ମଚାରୀମାନେ । ଷ୍ଟେଟ୍‌ ପୋର୍ଟ ଅଥରିଟି ଅଧୀନରେ କାମ କରୁଥିବା ଏହି କର୍ମଚାରୀମାନଙ୍କ ପ୍ରତି ଏଭଳି ଅନିୟମିତତା କାହିଁକି ? ତାର ଉତ୍ତର ଦେବ କିଏ ?   

ପ୍ରତିବର୍ଷ ୫୧୦ଜଣ କର୍ମଚାରୀଙ୍କୁ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କାମ କରିବାକୁ ୬ମାସିଆ ଠିକା ନିଯୁକ୍ତି ଦିଆଯାଏ । ହେଲେ ଏଥର ଏମାନଙ୍କ ଭିତରୁ ୧୮୫ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିଲେ ମଧ୍ୟ ସେମାନଙ୍କୁ କୋଉ ଜିଲ୍ଲାର ଜିଲ୍ଲାପାଳଙ୍କ ପାଖରେ ରିପୋର୍ଟିଂ କରିବାକୁ ପଡ଼ିବ ସେ ନେଇ କୌଣସି ଅର୍ଡ଼ର ବା ଚିଠି କରାଯାଇନାହିଁ । ଫଳରେ ଜିଲ୍ଲାପାଳମାନେ ମଧ୍ୟ ସେମାନଙ୍କୁ ଗ୍ରହଣ କରିବାକୁ ନାରାଜ । ଏମିତିରେ ଏହି ୧୮୫ଜଣଙ୍କୁ ନେଇ ଷ୍ଟେଟ୍‌ ପୋର୍ଟ ଅଥରିଟି ଚଞ୍ଚକତା କରୁଥିବା ଅଭିଯୋଗ ହୋଇଛି ।  ହେଲେ ସେପଟେ ଏହି ମାମଲାରେ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କହିବା କଥା ଷ୍ଟେଟ୍‌ ପୋର୍ଟ ଇଞ୍ଜିନିୟର ହିଁ ଏହାର ଉତ୍ତର ଦେଇପାରିବେ ।

ଷ୍ଟେଟ୍‌ ପୋର୍ଟ ଅଥରିଟିଙ୍କ ଏ ପ୍ରକାର ଆକ୍ସନ କ’ଣ ପାଇଁ ? ଏହି ଠିକା କର୍ମଚାରୀଙ୍କୁ ଯଦି ନିଯୁକ୍ତି ଦେଇଛ ତାହେଲେ ସେମାନଙ୍କୁ ପୋଷ୍ଟିଂ ଅର୍ଡ଼ର, ଦରମା ସବୁ ଦିଅ । ତା’ ନକରି ସେମାନଙ୍କ ସହ ଏମିତି ଖେଳିବାର ମାନେ କ’ଣ ହୋଇପାରେ ? ନିଜ ଲୋକଙ୍କୁ ଯଦି ଚାକିରି ଦେବାର ଥିଲା ତାହେଲେ ଏଇ କର୍ମଚାରୀଙ୍କୁ କାହିଁକି ନିଯୁକ୍ତି ଦେଉଥିଲେ ?   ବଡ଼ ବଡ଼ ବାବୁଙ୍କ ସ୍ବାର୍ଥ ପାଇଁ ୧୮୫ ଠିକା କର୍ମଚାରୀ କାହିଁକି ହଇରାଣ ହେବେ ?

   Related Posts