ନିକିତା ଛାତରୁ ପଡିବା ବେଳେ ଛାତ ଉପରେ ଲିପନ ଥିଲେ, ହେଲେ ଲିପନ ଠେଲିକି ମାରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନି କହିଲେ କଟକ ଡିସିପି

Published By : Prameya-News7 Bureau | January 07, 2019 IST

କଟକ ୭|୧: ନିକିତା ମୃତ୍ୟୁ ରହସ୍ୟ ଭେଦ କରିବା ପାଇଁ କଟକ ପୋଲିସ ଯୋରଦାର ଉଦ୍ୟମ ଚଳାଇଛି । ନିକିତା ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ଆଜି ସାଇଣ୍ଟିଫିକ୍ ଟିମ୍ ସହ ନିକିତଙ୍କ ଘରେ ପହଂଚି ତଦନ୍ତ କରିଛି । ପ୍ରାଥମିକ ତଦନ୍ତ ପରେ ଗଣମାଧ୍ୟମକୁ ସୂଚନା ଦେଇ କଟକ ଡିସିପି ଅଖିଳେଶ୍ବର ସିଂ କହିଛନ୍ତି ଯେ, ନିକିତା ଛାତ ଉପରୁ ପଡି ମୃତ୍ୟୁବରଣ କରିବା ସତ୍ୟ । ଘଟଣା ଘଟିବା ବେଳକୁ ଲିପନ ମଧ୍ୟ ଛାତ ଉପରେ ଥିଲେ । ତେବେ ନିକିତାଙ୍କ ଗୋଡ ଖସି ଯିବାରୁ ସେ ଆହତ ହୋଇ ପ୍ରାଣ ହରାଇଲେ ନା ନିକିତାଙ୍କୁ ଲିପନ ଠେଲି ଦେବାରୁ ସେ ପ୍ରାଣ ହରାଇଲେ ତାହା ସ୍ପଷ୍ଟ ହୋଇନି । ଶବ ବ୍ୟବଚ୍ଛେଦ ରିପୋର୍ଟ, ସାଇଣ୍ଟିଫିକ୍ ଟିମ୍‌ର ରିପୋର୍ଟ ଏବଂ ବିଭିନ୍ନ ଲୋକଙ୍କୁ ଜେରା ପରେ ତାହା ସ୍ପଷ୍ଟ ହେବ ବୋଲି କଟକ ଡିସିପି କହିଛନ୍ତି ।

{"id":71239}

ସୂଚନାଯୋଗ୍ୟ ଯେ, ଗତ ୪ତାରିଖ ରାତିରେ ନିକିତା ଛାତରୁ ପଡି ଆହତ ହେବା ପରେ ତାଙ୍କୁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ୫ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା । ୬ ତାରିଖରେ ନିକିତାଙ୍କ ବାପା କଟକ ଚାଉଳିଆଗଞ୍ଜ ଥାନାରେ ନିକିତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ । ନିକିତାଙ୍କ ଶାଶୁ ଶ୍ବଶୁର ବିବାହ ଦିନଠାରୁ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ କୁହାଯାଇଥିବା ବେଳେ ନିକିତାଙ୍କୁ ଲିପନ ଠେଲି ମାରିଦେଇଥିବା ଅଭିଯୋଗ କରିଥିଲେ । ପୋଲିସ ଘଟଣା ସଂକ୍ରାନ୍ତରେ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.