Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କଟକ ନାବାଳିକା ଗଣ ଦୁଷ୍କର୍ମ ମାମଲା, ଗିରଫ ଦୁଇ ଜଣ ହିଁ ଅଭିଯୁକ୍ତ : ଡିସିପି

15/10/2020 at 12:01 PM

କଟକ ୧୫।୧୦: କଟକ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଦୁଇ ଜଣ ହିଁ ଅଭିଯୁକ୍ତ  । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ୍ ସିଂ ସୂଚନା ଦେଇଛନ୍ତି । ଗିରଫ ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା ଓ ରାକେଶ ରାଉତ । ଉଭୟ ଅଭିଯୁକ୍ତ ଏବଂ ପୀଡିତାଙ୍କର ମେଡିକାଲ ଯାଞ୍ଚ କରାଯାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ସମସ୍ତ ତଥ୍ୟ ଓ ପ୍ରମାଣ ସଂଗ୍ରହ କରିଛି । ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି । ତଦନ୍ତ କରାଯାଇ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ । ଅଭିଯୁକ୍ତ ବ୍ୟବହାର କରୁଥିବା ମୋବାଇଲର ଫୋରେନସିକ୍‌ ଯାଞ୍ଚ କରାଯାଇଛି । ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ।

ପୂର୍ବରୁ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଥିଲେ । ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାରୁ କଟକ ଡିସିପି ଓ ଇନ୍ସପେକ୍ଟର ତାପସ ପ୍ରଧାନଙ୍କୁ ପୋଲିସ କମିଶନର ସାଧୁବାଦ ଜଣାଇଥିଲେ । ଶୀଘ୍ର ଘଟଣାର ତଦନ୍ତ କରି ଅଭିଯୋଗ ପତ୍ର ଦାଖଲ କରାଯିବା ସହ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ପୋଲିସ କମିଶନର ଟ୍ବିଟ୍ ଯୋଗେ ସୂଚନା ଦେଇଥିଲେ ।

ସୂଚନା ଅନୁସାରେ କଟକ ଗତିରାଉତପାଟଣାରେ ତିର୍ତ୍ତୋଲ ଅଞ୍ଚଳର ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ୫୫ନମ୍ବର ଜାତୀୟ ରାଜପଥ କଡରେ ଥିବା ଚିକେନ ସେଣ୍ଟରରେ ନାବାଳିକାଙ୍କୁ ୨୨ଦିନ ଧରି ନଜରବନ୍ଦୀ କରି ରଖାଯାଇଥିଲା । ଚିକେନ୍ ସେଣ୍ଟର ପଛପଟ କେନାଲ ବନ୍ଧରେ ଥିବା ଛୋଟ ଚାଳିଆରେ ନାବାଳିକାଙ୍କୁ ରଖାଯାଉଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ ।

ସେଠାରେ ଅନେକ ଆପତ୍ତିଜନକ ଜିନିଷ ପଡିଥିବା ଦେଖିବାକୁ ମିଳିଥିଲା । କେବଳ ସମ୍ପୃକ୍ତ ନାବାଳିକା ନୁହେଁ ଏଠାରେ ଅନେକ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଯାଉଥିବା ସ୍ଥାନୀୟ ଲୋକ କହିଥିଲେ । ତେବେ ଆଉ ଏକ ସାଂଘାତିକ କଥା ହେଲା ଯାବତୀୟ ବେଆଇନ କାମର ଆଡ୍ଡା ପାଲଟିଥିବା ଏହି ଚିକେନ ସେଣ୍ଟରର ଘର ଓ କେନାଲ ବନ୍ଧର ଚାଳିଆ ସରକାରୀ ଯାଗାରେ ହିଁ ଠିଆ ହୋଇଛି । ଏବେ ସ୍ଥାନୀୟ ଲୋକ ଏପରି ବେଆଇନ ଧନ୍ଦାର ଆଡ୍ଡା ଉପରେ ତୁରନ୍ତ ସରକାରୀ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରିଛନ୍ତି ।

ଅନ୍ୟପଟେ ପୀଡିତାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା ମଧ୍ୟ କରାଯାଇଛି । ଏହାଛଡା ନାବାଳିକାଙ୍କ ଡ୍ରେସ ଓ ସେ ବ୍ୟବହାର କରୁଥିବା କିଛି ଜିନିଷର ଫୋରେନସିକ୍ ଯାଞ୍ଚ ପାଇଁ ଲାବୋରେଟୋରୀକୁ ପଠାଯାଇଛି । ପ୍ରାଥମିକ ତଦନ୍ତରୁ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଘଟଣା ସ୍ପଷ୍ଟ ବୋଲି ଥାନା ଅଧିକାରୀ କହିଥିଲେ ।

   Related Posts