୭ କୋଟି ଟଂକାରେ ତିଆରି କଟକ ଡିସିପି କାର୍ଯ୍ୟାଳୟ ହେବ ଉଦ୍ଘାଟନ

Published By : Prameya-News7 Bureau | August 27, 2018 IST

କଟକ୨୭|୮:୭କୋଟି ଟଙ୍କା ବ୍ୟୟରେ ନିର୍ମିତ କଟକ ଡିସିପିଙ୍କ ନୂଆ କାର୍ଯ୍ୟାଳୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏହି କୋଠାରେ ମୁଖ୍ୟତଃ ଜୁଭେନାଇଲ୍ ପୁଲିସ ୟୁନିଟ୍ ଓ ଇନଭେଷ୍ଟିଗେଟିଂ ୟୁନିଟସ୍ ଫର୍ କ୍ରାଇମ୍ ଏଗେନେଷ୍ଟ ଓମେନ୍ ଭଳି ଦୁଇଟି ନୂତନ ଗୁରୁତ୍ୱପୂର୍ଣ୍ଣ ବିଭାଗ ଖୋଲିବା ଯୋଜନା ରହିଛି। ୭ କୋଟି ଟଙ୍କା ବ୍ୟୟରେ ଏହି କାର୍ଯ୍ୟାଳୟ ନିର୍ମାଣ ହୋଇଛି । ୨ ମହଲା ବିଶିଷ୍ଟ ଏହି ନୂତନ କାର୍ଯ୍ୟାଳୟର  ପ୍ରଥମ ମହଲାରେ ଡିସିପି ଅଫିସ ସହିତ ପୋଲିସ କମିଶନରଙ୍କ କ୍ୟାମ୍ପ ଅଫିସ ମଧ୍ୟ ରହିଛି । ନୂତନ ଅଫିସରେ ସହରରେ ଲାଗିବାକୁ ଥିବା ସିସିଟିଭି କ୍ୟାମେରାର କଣ୍ଟ୍ରୋଲ ରୁମ ସହ ଲାଇସେନ୍ସ ସେଲ, ଅଭିଯୋଗ ପ୍ରକୋଷ୍ଠ , ପାର୍ସପୋର୍ଟ କାର୍ଯ୍ୟାଳୟ ଏବଂ  ବିଭିନ୍ନ ଏସିପିଙ୍କ କାର୍ଯ୍ୟାଳୟର ବ୍ୟବସ୍ଥା କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.