Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ସରକାରୀ ଜମି ଜବରଦଖଲ : ଘଟଣାସ୍ଥଳ ପରିଦର୍ଶନ ପରେ ଉଚ୍ଛେଦ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

2/06/2020 at 7:37 AM

ଆଠଗଡ ୨।୬: ସରକାରୀ ଜମି ଜବରଦଖଲ । ଟାଙ୍ଗୀ ଚୌଦ୍ବାର ବ୍ଲକ୍ ଅନ୍ତର୍ଗତ କୟଳପଡା ପଞ୍ଚାୟତର ନକଚୁଣୀ ପାଟର ଚାରିପଟେ ସ୍ଥାନୀୟ ଲୋକମାନେ ଜବରଦଖଲ କରିଛନ୍ତି । ଏମିତି କି ସେଠାରେ ନିର୍ମାଣ କାର୍ଯ୍ୟ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ମଧ୍ୟ କରିଥିଲେ ।

ଏମିତି ସମୟରେ ଅଭିଯୋଗ ପରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ନିଜେ ସେହି ସ୍ଥାନ ପରିଦର୍ଶନ କରି ଘଟଣାର ଗୁରୁତ୍ବ ବୁଝି ତୁରନ୍ତ ଜବରଦଖଲ ଉଚ୍ଛେଦ ପାଇଁ ଟାଙ୍ଗୀ ଚୌଦ୍ବାର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ନାକଚୁଣୀ ପାଟର ପୁନରୁଦ୍ଧାର ଜବରଦଖଲ ଉଚ୍ଛେଦ ସହିତ ସାମ୍ପ୍ରତିକ ସ୍ଥିତିକୁ ଆଖି ଆଗରେ ରଖି ସେଠାରେ ଆଉ କ’ଣ ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିବ ତା’ର ଏକ ରିପୋର୍ଟ ଦେବାକୁ ଟାଙ୍ଗୀ ଚୌଦ୍ବାର ବ୍ଲକ୍ ବିଡିଓ ଏବଂ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts