Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

କଟକର ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ଅଣ୍ଟାଭିଡିଲେ ନୂଆଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ

9/08/2018 at 9:39 AM

କଟକ ୯|୮-କାର୍ଯ୍ୟରେ ଯୋଗ ଦେବା ପରେ ନୂଆ ଜିଲ୍ଲାପାଳ କଟକର ସବୁଠୁ ପୁରୁଣା ଜଳବନ୍ଦୀ ସମସ୍ୟର ପ୍ରତିକାର କରିବା ପାଇଁ ଅଣ୍ଟା ଭିଡିଛନ୍ତି.। ଆଜି ବିଭାଗୀୟ ଅଧିକାରୀ ମାନଙ୍କ ସହ କଟକର ନୂଆ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ ଅଚାନକ ପହଞ୍ଚିଯାଇଥିଲେ ଜଳବନ୍ଦୀର ସବୁଠୁ ଅଧିକ ପ୍ରଭାବିତ ହେଉଥିବା ଅଞ୍ଚଳ ଗୁଡିକରେ। ଚାଲି ଚାଲି ଜିଲ୍ଲାପାଳ ସମ୍ପୃକ୍ତ ଅଞ୍ଚଳ ଗୁଡିକର ସମସ୍ୟା ନିଜ ଆଖିରେ ଦେଖିଥିଲେ ଓ କାରଣ ନିରାକରଣ ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ଲୋକମାନଙ୍କ ମଧ୍ୟରେ ଅନେକ ଆଶା ସୃଷ୍ଟି କରିଛି ।

ଜଳବନ୍ଦୀ ସମସ୍ୟା କଟକ ସହରର ପୁରୁଣା ସାଥି। କଥା କଥାରେ କୁହାଯାଏ କଟକରେ ବେଙ୍ଗ ମୁତିଲେ ପାଣି । ତେବେ ନୂଆ ଜିଲ୍ଲାପାଳ ଭାବେ ଯୋଗ ଦେବା ପରେ ଅରବିନ୍ଦ ଅଗ୍ରଓ୍ୱାଲ କଟକରେ ଜଳବନ୍ଦୀ ସମସ୍ୟା ନିରାକରଣ ପାଇଁ ଅଣ୍ଟା ଭିଡିଛନ୍ତି । ଆଜି ତାଙ୍କର ପ୍ରଥମ କାର୍ଯ୍ୟ ଦିବସରେ ସେ ବିଭାଗୀୟ ଅଧିକାରୀଙ୍କ ସହ ଅଚାନକ ପହଞ୍ଚିଯାଇଥିଲେ ସହରରେ ଜଳବନ୍ଦୀ ସମସ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହେଉଥିବା ଅଞ୍ଚଳରେ । ପଟ୍ଟାପୋଲଠାରୁ ଗହ୍ମାଣ୍ଡିଆ ପର୍ଯ୍ୟନ୍ତ ଚାଲି ଚାଲି ମୁଖ୍ୟ ଡ୍ରେନ୍ ର ସ୍ଥିତି ଦେଖିଥିଲେ ଆଉ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ଏଭଳି ପ୍ରଚେଷ୍ଟାକୁ ସ୍ଥାନୀୟ ଲୋକେ ସ୍ବାଗତ କରିଛନ୍ତି । ତେବେ ଲୋକଙ୍କ ଅଭିଯୋଗ ହେଲା, ଜଳବନ୍ଦୀ ସମସ୍ୟା ଉପୁଜିବା ସମୟରେ ନାଁ ଲୋକପ୍ରତିନିଧି ନାଁ ସି ଏମ୍ ସି ଅଧିକାରୀ ପହଞ୍ଚନ୍ତି ପ୍ରଭାବିତ ଅଞ୍ଚଳରେ . ଏବେ ନୂଆ ଜିଲ୍ଲାପାଳ କାର୍ଯ୍ୟରେଯୋଗ ଦେବା ପରେ ପରେ ତାଙ୍କ ପାଖରେ ପହଞ୍ଚିଥିବାରୁ ସେମାନଙ୍କ ମନରେ ନୂଆ ଆଶା ସୃଷ୍ଟି ହୋଇଛ । ଆଜି ପ୍ରଭାବିତ ଅଞ୍ଚଳରେ ସ୍ଥିତି ଦେଖିବା ପରେ ସି ଏମ୍ ସି ଅଧିକାରୀ, ଜାଇକା କର୍ତ୍ତୃପକ୍ଷ ଓ ଡ୍ରେନେଜ୍ ଡିଭିଜନ୍ ର ଅଧିକାରୀ ମାନଙ୍କ ସହ ଜିଲ୍ଲାପାଳ ଜଳବନ୍ଦୀ ସମସ୍ୟା ନେଇ ସମୀକ୍ଷା କରି ବ୍ଲୁପ୍ରିଣ୍ଟ ତିଆରି କରିବେ ବୋଲି କହିଛନ୍ତି ।.

   Related Posts