ଭାସିଲା କଟକ ଛତ୍ରବଜାର, କୃତ୍ରିମ ବନ୍ୟାରେ ବ୍ୟବସାୟୀ ଓ ଗ୍ରାହକ ହନ୍ତସନ୍ତ

Published By : Prameya-News7 Bureau | November 24, 2019 IST

କଟକ ୨୪।୧୧: କଟକ ଛତ୍ରବଜାରରେ ଅଦିନିଆ ବନ୍ୟା । ସିଏମସି, ଜନସ୍ବାସ୍ଥ୍ୟ ବିଭାଗ ଓ ଜାଇକାର ଖାମଖିଆଲ କାମ ପାଇଁ ଭାସିଲା ଛତ୍ରବଜାର । ଶହ ଶହ ବ୍ୟବସାୟୀ ଓ ହଜାର ହଜାର ଗ୍ରାହକ ନାହିଁ ନଥିବା ହିନସ୍ତା ଭୋଗିଲେ ।

{"id":189189,"sizeSlug":"large"}

ଭାସିଲା କଟକ ଛତ୍ରବଜାର । ଅଦିନିଆ ବନ୍ୟାରେ ହନ୍ତସନ୍ତ ହେଲେ ବ୍ୟବସାୟୀ ଓ ଗ୍ରାହକ । ରାତି ପାହିଲେ ଛତ୍ରବଜାରରେ ଆସି ପହଞ୍ଚିଥାଆନ୍ତି ଶହ ଶହ ପରିବା ବ୍ୟବସାୟୀ । ଆଉ ହଜାର ହଜାର ଗ୍ରାହକ । ମାତ୍ର ଆଜି କଟକ ଛତ୍ରବଜାରରେ ଅକଥନୀୟ ଅବସ୍ଥା ଦେଖିବାକୁ ମିଳିଥିଲା ।

{"id":189192,"sizeSlug":"large"}

ନାଁ ବ୍ୟବସାୟୀ ବସିବାକୁ ଯାଗା ପାଇଥିଲେ ନାଁ ଗ୍ରାହକ ଠିଆ ହେବାକୁ ଥିଲା ଠା ଠିକଣା । ସିଏମସି, ଜାଇକା ଓ ଜନସ୍ବାସ୍ଥ୍ୟ ବିଭାଗର ଖାମଖିଆଲ କାମ ଯୋଗୁଁ ବଡ ପାଣି ପାଇପ ଫାଟି ପୁରା ଛତ୍ରବଜାର ଭାସିଥିଲା ।

{"id":189193,"sizeSlug":"large"}

ସେପଟେ ଛତ୍ରବଜାର ବ୍ୟବସାୟୀ ସଂଘ ଏପରି ଖାମଖିଆଲ କାମ କରି ହଜାର ହଜାର ଲୋକଙ୍କୁ ଅସୁବିଧାରେ ପକାଇଥିବା ସଂସ୍ଥାର ଅଧିକାରୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଆଜି ଛୁଟି ଦିନ ଥିବାରୁ କାହା ପାଇଁ ଛତ୍ରବଜାରରେ ଏପରି ପରିସ୍ଥିତି ଉପୁଜିଲା ସେ ସମ୍ପର୍କରେ କୌଣସି ସରକାରୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.