କଟକ କ୍ୟାନସର୍ ହସ୍ପିଟାଲର ୨ ନର୍ସ କରୋନା ପଜିଟିଭ୍ ଚିହ୍ନଟ, ବନ୍ଦ ହେଲା ଆଡମିଶନ୍

Published By : Prameya-News7 Bureau | June 28, 2020 IST

କଟକ, ୨୮|୦୬: କରୋନା ଭାଇରସ କାୟା ମେଲାଇବାରେ ଲାଗିଛି । କରୋନା ଆତଙ୍କ ଥମିବାର ନାଁ ନେଉନାହିଁ । କଟକ ଆଚାର୍ଯ୍ୟ ହରିହର କ୍ୟାନସର୍ ହସ୍ପିଟାଲର ୨ ନର୍ସ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

୨ ନର୍ସ ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲରେ ରୋଗୀଙ୍କ ପାଇଁ ଆଡମିଶନ୍ ବନ୍ଦ କରଦିଆଯାଇଛି । ଏନେଇ ହସ୍ପିଟାଲ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ପଜିଟିଭ୍ ଚିହ୍ନଟ ହେବା ପରେ ୨ ନର୍ସଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଏହି ଦୁଇ ନର୍ସ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ସେମାନେ ଗଞ୍ଜାମ ଅଞ୍ଚଳର ଜଣେ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.