ବସ୍ ଟ୍ରାଜେଡି : ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଦୁଃଖରେ ପରିବାର

Published By : Prameya-News7 Bureau | November 21, 2018 IST

ଭୁବନେଶ୍ବର ୨୧|୧୧: କଟକ ମହାନଦୀ ପୋଲ ଉପରୁ ବସ୍ ଖସିପଡି ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଆହତମାନଙ୍କୁ ଏସସିବିରେ ଚିକିତ୍ସା ଚାଲିଛି । ଆଇସିୟୁରେ ୭ ଜଣ ଓ ୱାର୍ଡରେ ୩୫ ଜଣ ଚିକିତ୍ସିତ ହେଉଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେ।ଇଛି । ଏହି ଦୁର୍ଘଟଣାରେ ବାଲେଶ୍ବର ଏବଂ ନୟାଗଡ ଅଞ୍ଚଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ପୁଅର ସରକାରୀ କଲେଜରେ ଅଧ୍ୟାପକ ନିଯୁକ୍ତି । ପରିବାରରେ ଆନନ୍ଦ ପ୍ରକାଶ ପାଇବା ଆଗରୁ ସବୁ କିଛି ଓଲଟ ପାଲଟ ହେ।ଇଗଲା । ପରିବାରର ଏକ ମାତ୍ର ରୋଜଗାରକ୍ଷମ ପୁଅ ଆରପାରିକୁ ଚାଲିଗଲା । ବାଲେଶ୍ବର ଖନ୍ତାପଡ଼ା ଥାନା ଗୋପାଳପୁର ବାରିଙ୍ଗିଆ ଗାଁର ଶରତ ତ୍ରିପାଠୀଙ୍କ ଘରେ ଶେ।କର ଛାୟା । ଜଗନ୍ନାଥ ବସରେ ଘରକୁ ଫେରୁଥିବାବେଳେ ଦୁର୍ଘଟଣାରେ ପୁଅ ମାନସର ମୃତ୍ୟୁ ହେ।ଇଛି । ଘରର ଏକମାତ୍ର ରୋଜଗାରକ୍ଷମ ପୁଅର ମୃତ୍ୟୁରେ ପରିବାର ଲୋକେ ଅସହାୟ ହୋଇ ପଡିଛନ୍ତି । ସେହିପରି କଟକରେ ବସ୍ ଦୁର୍ଘଟଣାରେ ଜୀବନ ହାରିଛନ୍ତି ନୟାଗଡର ସୌମ୍ୟ ରଞ୍ଜନ । ସେ ସାରଙ୍ଗରେ ଏମ-ଟେକ୍ କରିବା ପରେ ଭୁବନେଶ୍ବରରେ ରହି ଏମଟେକ୍ କରୁଥିଲେ । ଗତକାଲି ସେ ସାର୍ଟିଫିକେଟ୍ ଆଣିବା ପାଇଁ ସାରଙ୍ଗ ଯାଇ ଫେରୁଥିବାବେଳେ ଦୁର୍ଘଟଣା ହେ।ଇଥିଲା । ସୌମ୍ୟଙ୍କ ମୃତ୍ୟୁ ପରେ ପରିବାର ଲେ।କଙ୍କ ମଧ୍ୟରେ ଶେ।କର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.