ସମ୍ବଲପୁର ବୋର୍ଡ ଅଫିସରେ ଅଗ୍ନିକାଣ୍ଡ ଘଟଣା ; କଟକ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟର ୩ ଜଣିଆ ଟିମ୍‌ର ସ୍ଥିତି ଅନୁଧ୍ୟାନ

Published By : Prameya-News7 Bureau | December 23, 2018 IST

ସମ୍ବଲପୁର ୨୩|୧୨: ସମ୍ବଲପୁର ବୋର୍ଡ ଅଫିସରେ ଅଗ୍ନିକାଣ୍ଡ ଘଟଣା । କଟକ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରୁ ଟିମ୍ ସମ୍ବଲପୁର ଗସ୍ତ କରିଛନ୍ତି । ଘଟଣାସ୍ଥଳରେ  ୩ ଜଣିଆ ଟିମ୍ ପହଞ୍ଚି  ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତି ଆକଳନ କରିଛନ୍ତି । ଟିମ୍ ରେ  ବଳରାମ ହୋତା, ଅମର ବେହେରା, ପ୍ରିୟରଞ୍ଜନ ବେହେରା ଅଛନ୍ତି । ଗତ ୧୯ ତାରିଖରେ ବୋର୍ଡ ଅଫିସରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ହେଲେ ଏବେ ପର୍ଯ୍ୟନ୍ତ ନିଆଁ ଲଗାଇଥିବା ଦୁର୍ବୃତ୍ତଙ୍କ ଟେର୍  ପାଉନି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.