ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଛନ୍ତି କଟକ ବିଡାନାସୀ ବାସିନ୍ଦା

Published By : Prameya-News7 Bureau | August 01, 2018 IST

ଦୀର୍ଘଦିନ ହେବ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ । ଶତାଧିକ ମହିଳା ଓ ପୁରୁଷ ଚହଟା ଛକ ନିକଟରେ ଧାରଣା ଦେଇଥିଲେ । ତେବେ ଆନ୍ଦୋଳନସ୍ଥଳରେ ମେୟର ପହଞ୍ଚି ୧୦୫ କୋଟି ଟଙ୍କା ବ୍ୟୟରେ ଖୁବ ଶୀଘ୍ର ଡ୍ରେନ ନିର୍ମାଣ କରାଯିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦଳନ ପ୍ରତ୍ୟାହୃତ ହୋଇଛି । ପରିସ୍ଥିତି ଏଭଳି ହେଲା ଯେ ଆନ୍ଦୋଳନକୁ ଓହ୍ଲାଇଲେ ବିଡାନାସୀର ଶତାଧିକ ପୁରୁଷ ଓ ମହିଳା । ଏ ଅସନ୍ତୋଷ ଆଜିର ନୁହେଁ ଦୀର୍ଘ ବର୍ଷର । ସାମାନ୍ୟ ବର୍ଷା ହେଲେ ଜଳବନ୍ଦୀ ହୋଇପଡୁଛି ବିଡାନାସୀର ଚହଟା ଅଞ୍ଚଳ । ଘରେ ପାଣି ପଶିବା ସହ ବିଭିନ୍ନ ସମସ୍ୟା ଭୋଗୁଛନ୍ତି ଲୋକେ । ସବୁଠାରୁ ବଡ କଥା ହେଲା ବର୍ଷା ଛାଡିବାର ୧୦ ଦିନ ପରେ ମଧ୍ୟ ଜମି ରହିଛି ପାଣି । କାରଣ ହେଉଛି ଏହି ଅଞ୍ଚଳରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା । ଏହି ଅଞ୍ଚଳ ପାଇଁ ମହାନଦର ନିଗମ ସ୍ଥାୟୀ ଡ୍ରେନ ନିର୍ମାଣ କରିନି । ଫଳରେ ସାମାନ୍ୟ ବର୍ଷାରେ ସମଗ୍ର ବିଡାନାସୀ ଜଳବନ୍ଦି ହୋଇଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.