Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
  • ||
  • ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିବ
  • ||
  • ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ହାରିଲା ମହିଳା ଦଳ, ଫାଇନାଲ୍‌କୁ ଉନ୍ନିତ ହେଲା ଆର୍ଜେଣ୍ଟିନା
  • ||
  • ଦେବଗଡ : ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ
  • ||
  • ସାଲେପୁର : ସାଲେପୁର ଅଞ୍ଚଳରୁ ବିରଳ ଏଣ୍ଡୁଅ ଉଦ୍ଧାର, ବଦଳାଉଛି ରଙ୍ଗ
  • ||
  • ଢେଙ୍କାନାଳ : ବିକ୍ରି କରୁଥିଲେ ବାରହା ମାଂସ, ୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
  • ||
  • ଅନୁଗୋଳ : ରେଙ୍ଗାଳି ଡ୍ୟାମ୍‌ରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସିତ
  • ||

କଟକ- ଭୁବନେଶ୍ବରରେ ପୁଣି ମାତିଲେ ଲୁଟେରା: ଗୋଟିଏ ଦିନରେ ୧ ଲକ୍ଷ ୪୧ ହଜାର ଟଙ୍କା ଲୁଟ୍

5/08/2020 at 4:36 PM

ଭୁବନେଶ୍ବର୫/୮: କଟକ- ଭୁବନେଶ୍ବରରେ ପୁଣି ମାତିଲ ଲୁଟେରା।  ବରମୁଣ୍ଡା ନିକଟରୁ ଜଣେ ମହିଳାଙ୍କ ଠାରୁ ୯୧ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ମହିଳାଙ୍କ ପାଖରେ ଥିବା ମନିପର୍ସରେ ୯୧ ହଜାର ଟଙ୍କା ଥିବା ଜଣାପଡିଛି।ମହିଳା ଜଣକ ଫାୟାର ଷ୍ଟେସନରୁ ବରମୁଣ୍ଡା ଦେଇ ଘରକୁ ଫେରୁଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁଇ ଲୁଟେରା ବାଇକ୍‌ରେ ଆସି ମହିଳାଙ୍କୁ ଟଙ୍କା ଲୁଟି ନେଇଥିବା ଜଣାପଡିଛି।

ସେହିପରି କଟକ ମଙ୍ଗଳାବାଗ ଅଞ୍ଚଳରୁ ଲୁଟ୍ ଅଭିଯୋଗ । ୫୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଏ ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଜଣେ ଅବସରପ୍ରାପ୍ତ ବୟସ୍କା ମହିଳା ଏସ୍‌ସିବି ମେଡିକାଲ ନିକଟ ଏସବିଆଇ ବ୍ୟାଙ୍କରୁ ଟଙ୍କା ଉଠାଇ କିଛି ଖାଦ୍ୟ ସାମଗ୍ରୀ କିଣୁଥିଲେ ।

ଏହି ସମୟରେ ଦୁଇ ଜଣ ଅଜଣା ଦୁର୍ବୃତ୍ତ ବାଇକ୍ ରେ ଆସି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଖବର ପାଇ ମଙ୍ଗଳାବାଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଲେଖାଯିବା ବେଳକୁ ଦୁର୍ବୃତ୍ତମାନଙ୍କର କୌଣସି ପତ୍ତା ମିଳିନଥିଲା ।

   Related Posts