Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ନିଜ କୋର୍ଟ ଭିତରକୁ ପ୍ରବେଶ କରିପାରିଲେନାହିଁ କଟକ ଜିଲ୍ଲା ଦୌରା ଜଜ

7/09/2018 at 5:35 PM

କଟକ ୭/୯ : ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ଆଜି କଟକରେ ଦେଖିବାକୁ ମିଳିଲା କିଛି ଅଭାବନୀୟ ଦୃଶ୍ୟ | ନିଜ କୋର୍ଟ ଭିତରକୁ ଆଜି ପ୍ରବେଶ କରିପାରିଲେନାହିଁ, କଟକ ଜିଲ୍ଲା ଓ ଦୌରା ଜଜ | କୋର୍ଟର ମୁଖ୍ୟ ଫାଟକ ଆଗରେ ଆଇନଜୀବୀ ମାନେ ଧାରଣା ଦେବା କାରଣରୁ, ଜିଲ୍ଲା ଜଜଙ୍କୁ ବେଶ୍ କିଛି ସମୟ ପାଇଁ ରାସ୍ତ ଉପରେ ଠିଆ ହୋଇ ରହିବାକୁ ପଡିଲା | କେବଳ ସେତିକି ନୁହେଁ ଆଜି ମଧ୍ୟ ଆଇନଜୀବୀ ମାନେ ରାସ୍ତା ରୋକ କରିଥିଲେ | ଏଭଳି ପରିସ୍ଥିତିରେ କୋର୍ଟ କାର୍ଯ୍ୟତ ପ୍ରଭାବିତ ହୋଇଛି ଆଉ ବେଶ୍ ହଟହଟାର ଶୀକାର ହୋଇଛନ୍ତି ମହକିଲ |
ସମ୍ଭବତଃ ଏଭଳି ଅଭାବନୀୟ ପରିସ୍ଥିତି ଆଗରୁ କେବେ ଦେଖିବାକୁ ମିଳିନଥିଲା | ଆଇନଜୀବୀ ମାନଙ୍କ ଆନ୍ଦୋଳନ ହେତୁ ଆଜି କଟକ ଜିଲ୍ଲା ଓ ଦୌରା ଜଜ୍ , ନିଜ କୋର୍ଟ ଭିତରକୁବି ପ୍ରବେଶ କରିପାରିଲେ ନାହିଁ | ଓକିଲମାନଙ୍କୁ ବିଚାରପତି ମହାଶୟ ଯେତେ ବୁଝାଇଲେ ବି ସେମାନେ ନିଜ ଜିଦରେ ଅଟଳ ରହିଲେ | ତେଣୁ ବିଚାରପତିଙ୍କୁ ବେଶ କିଛି ସମୟ ଯାଏଁ ନିଜ ଅଦାଲତ ଆଗରେ ଠିଆ ହୋଇ ରହିବାକୁ ପଡିଲା | କେବଳ ଜିଲ୍ଲା ଜଜ୍ ନୁହଁନ୍ତି ଅଦାଲତର କର୍ମଚାରୀ ମାନଙ୍କୁବି ଆଜି ଭିତରକୁ ଛାଡିନଥିଲେ ଆଇନଜୀବୀ | ଆଉ ଏଭଳି ପରିସ୍ଥିତିରେ ଦୂର ଦୂରାନ୍ତରୁ କୋର୍ଟକୁ ଆସିଥିବା ମହକିଲ ମାନେତ ହନ୍ତସନ୍ତ ହେବାଟା ସ୍ବାଭାବିକ |
ଆଇନଜୀଜୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ ମାରିଥିବା ପ୍ରସଙ୍ଗକୁ ନେଇ ଗତ ୧୦ ଦିନ ହେବ ନାରାଜ ହୋଇ ରହିଛନ୍ତି କଟକର ଆଇନଜୀବୀ ମାନେ | କିନ୍ତୁ ଓକିଲମାନେ ଆଜି କେବଳ ଜିଲ୍ଲା ଜଜଙ୍କୁକୋର୍ଟ ଆଗରେ ଧାରଣ ଦେଇଥିଲେ ତା ନୁହେଁ, ବରଂ ନିମଚଉଡି ଛକ ଠାରେ କିଛି ସମୟ ଯାଏଁ ରାସ୍ତାରୋକ ମଧ୍ୟ କରିଥିଲେ | ଏତିକି ବେଳେ କିଛି ସାଧାରଣ ଜନତାଙ୍କ ସହିତ ଆଇନଜୀବୀ ମାନଙ୍କରର ବଚସା ହେବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା | ଓକିଲଙ୍କୁ ମାଡ ମାରିଥିବା ଅଭିଯୁକ୍ତ ପୁଲିସ କର୍ମଚାରୀ ମାନେ ଗିରଫ ହୁଅନ୍ତୁ ବୋଲି ସେହି ପୁରୁଣା ଦାବିକୁ ଦୋହରାଇଛନ୍ତି ଆନ୍ଦୋଳନରତ ଓକିଲ | ତେବେ ଆନ୍ଦୋଳନକୁ କେବଳ କଟକ ଭିତରେ ସିମୀତ ନରଖି , ଏହାକୁ କେମିତି ରାଜ୍ୟବ୍ୟାପୀ କରିହେବ , ସେଥିଲାଗି ଆସନ୍ତା କାଲି କଟକରେ ରାଜ୍ୟ ସ୍ତରୀୟ ବୈଠକ କରିବାଲାଗି ଯୋଜନା ହୋଇଛି | ଏହି ବୈଠକରେ ରାଜ୍ୟର ସମସ୍ତ ଓକିଲ ସଂଘ ଯୋଗଦେବାଲାଗି ହାଇକୋର୍ଟ ବାର ଆସୋସିଏସନ ତରଫରୁ ନିମନ୍ତ୍ରଣ ମଧ୍ୟ କରାଯାଇଛି

   Related Posts