ଆନ୍ଦୋଳନକୁ ଓହ୍ଲାଇଛି କଟକ ବାର୍ ଆସୋସିଏସନ୍
12/02/2019 at 12:37 PM

କଟକ ୧୨|୨: ଭାରତୀୟ ଆଇନଜୀବୀ ପରିଷଦର ଆହ୍ବାନରେ ଆନ୍ଦୋଳନକୁ ଓହ୍ଲାଇଛି କଟକ ବାର ଆସୋସିଏସନ । ଭାରତର ପ୍ରତ୍ୟେକ ବାର ଆସୋସିଏସନ ପାଇଁ ଅତ୍ୟାବଶୀୟ ଘର, ଅତ୍ୟାବଶକୀୟ ସରଂଜାମ, ଲାଇବ୍ରେରୀ, ଇଣ୍ଟରନେଟ, ଟଏଲେଟ ଏବଂ ମହିଳା ଓକିଲମାନଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା କରିବା, ଓକିଲମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ବଜେଟରେ ପାଞ୍ଚ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିବା ଆଦି ୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ହାଇକୋର୍ଟ ବାର୍ ଆସୋସିଏସନ । ଆଜି ସମସ୍ତ ଆଇନଜୀବୀ ବିରାଟ ଶୋଭାଯାତ୍ରାରେ ରାଜଭବନ ଯାଇ ରାଜ୍ୟପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦାବି ପତ୍ର ପଠାଇବେ ।