ଆଜିଠାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା

Published By : Prameya-News7 Bureau | November 12, 2019 IST

କଟକ ୧୨।୧୧: ଆଜିଠୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ କଟକର ଐତିହାସିକ ବାଲିଯାତ୍ରା । ଆଜି ଅପରାହ୍ନରେ ଏହାର ଉଦଘାଟନ କରାଯିବ। କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ୧୯ ନଭେମ୍ବର ଯାଏ ଚାଲିବ ବାଲିଯାତ୍ରା । ଏଥର ବାଲିଯାତ୍ରାକୁ ଖାସ୍ କରିବା ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ । ବଲିଉଡ କଣ୍ଠଶିଳ୍ପୀଙ୍କ ତାଳେ ତାଳେ ଝୁମି ଉଠିବେ ଲୋକେ । ଏଥର ସାଂସ୍କୃତିକ ସନ୍ଧ୍ୟାରେ ବଲିଉଡ୍ ସିଙ୍ଗର ଦିଲେର ମେହନ୍ଧି, କେ.କେ, ସୋନା ମାହାପାତ୍ର ଓ ଋତୁରାଜଙ୍କ ଭଳି ଦମଦାର କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରିବେ ।

{"id":182744}

ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବର ମାନ୍ୟତା ମିଳିଥିବାରୁ ଏଥର ବାଲିଯାତ୍ରାକୁ ନୂଆ ଢଙ୍ଗରେ ଆୟୋଜନ କରିବାକୁ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ମେଳାରୁ ବିଭିନ୍ନ ଘରୋଇ ଉପକରଣ କିଣିବା ସହ ଦୋଳିର ମଜା ନେବା ପାଇଁ ଲୋକଙ୍କ ଭିଡ଼ ଜମିବ । ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଦେବା ପାଇଁ ଏଥର ମେଳାରେ ଭଳିକି ଭଳି ଦୋଳିର ବ୍ୟବସ୍ଥା କରାଯାଇଛି । ବାଲିଯାତ୍ରାର ଉଭୟ ପଡିଆରେ ଦୋଳିର ବ୍ୟବସ୍ଥା ରହିଛି । ସେପଟେ ଦୋଳିଗୁଡିକର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେଇ ଏହାର ମାନ ଯାଞ୍ଚ କରିଛି ଜିଲ୍ଲା ପ୍ରଶାସନର ଏକ ଇଞ୍ଜିନିୟରିଂ ଟିମ୍ ।

{"id":182745}

ପ୍ରତିଦିନ ସନ୍ଧ୍ୟାରେ ବାଲିଯାତ୍ରା ମଞ୍ଚରେ ପାରମ୍ପାରିକ ଲୋକନୃତ୍ୟ ସମେତ ପ୍ରତିଷ୍ଠିତ କଣ୍ଠଶିଳ୍ପୀଙ୍କ ଦ୍ୱାରା ଆକର୍ଷଣୀୟ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ । ଓରମାସ ପକ୍ଷରୁ ବି ତଳ ପଡିଆରେ ସ୍ୱତନ୍ତ୍ର ଷ୍ଟଲ୍ ରହିଛି । ଏଥର ଦର୍ଶକ କିଣାକିଣି ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ବି ଉପଭୋଗ କରିପାରିବେ । ବାଲିଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ପ୍ରଶାସନ ପକ୍ଷରୁ ଜୋର ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.