Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ଶେଷ ଦିନରେ ବି ଜମିଲା ଐତିହାସିକ କଟକ ବାଲିଯାତ୍ରା, ଅପେକ୍ଷା ଆସନ୍ତା ବର୍ଷକୁ

21/11/2019 at 4:23 PM

କଟକ ୨୧।୧୧: ଶେଷ ହେଲା କଟକର ଐତିହାସିକ ବାଲିଯାତ୍ରା । ଚଳିତ ବର୍ଷ ମହାନଦୀ ପଠାରେ ଚାଲିଥିବା ଏହି ବିରାଟ ବାଣିଜ୍ୟିକ ମେଳା ୯ ଦିନ ଧରି ଅନୁଷ୍ଠିତ ହୋଇଥିଲା । ବୁଧବାର ଶେଷ ସଂଧ୍ୟାରେ ବାଲିଯାତ୍ରାରେ ବେଶ୍ ଭିଡ ପରିଲକ୍ଷିତ ହୋଇଥିଲା । ଚଳିତ ବର୍ଷ ଜିଲ୍ଲାପ୍ରଶାସନ ପକ୍ଷରୁ କରାଯାଇଥିବା ନୂଆ ଢାଞ୍ଚାର ବାଲିଯାତ୍ରାକୁ ଲୋକେ ଖୁବ୍ ଉପଭୋଗ କରିଛନ୍ତି । ଶେଷ ସଂଧ୍ୟାରେ ଅଧିକ ଭିଡକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା ।

୯ ଦିନ ଧରି ଚାଲୁଥିବା ଏହି ବାଣିଜ୍ୟିକ ମେଳାର ଗତକାଲି ଥିଲା ଶେଷ ସଂଧ୍ୟା । ବାଲିଯାତ୍ରାର ଶେଷ ଦିନରେ ବେଶ୍ ଭିଡ ପରିଲକ୍ଷିତ ହୋଇଥିଲା । ଦର୍ଶକ ଖିଆ ପିଆ ସାଙ୍ଗକୁ ଭରପୁର କିଣା କିଣି ମଧ୍ୟ କରିଥିଲେ । ବିଶେଷକରି ଗୋଟିଏ ସ୍ଥାନରୁ ରାଜ୍ୟ ତଥା ରାଜ୍ୟ ବାହାରର ସାମଗ୍ରୀ ନେବାପାଇଁ ଗୋଟିଏ ବର୍ଷକୁ ଅପେକ୍ଷା କରିଥାନ୍ତି ଲୋକେ । ଶେଷ ଦିନରେ ବାଲିଯାତ୍ରାକୁ ବେଶ୍ ମନଭରି ଉପଭୋଗ କରିଥିବା କହିଛନ୍ତି ଦର୍ଶକ ।

ଚଳିତ ବର୍ଷ ବାଲିଯାତ୍ରା ପାଇଁ ବିଶେଷ ଆୟୋଜନ କରିଥିଲା ଜିଲ୍ଲାପ୍ରଶାସନ । ଚଳିତ ବର୍ଷ ବହୁ ନୂଆ ଓ ମନ ଛୁଆଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା । ଗଣକବି ବୈଷ୍ଣବ ପାଣି ମଞ୍ଚରେ ସାଂସ୍କୃତିକ ଦେଖିବାକୁ ମିଳିଥିଲା ବଲିଉଡ କଳାକାରଙ୍କ ଜଲଓ୍ବା । ତାସହ ପଥ ଉତ୍ସବ ସାଙ୍ଗକୁ ଓ୍ବାଟର ସ୍ପୋର୍ଟ୍ସର ମଜାଉଠାଇଥିଲେ ଦର୍ଶକ ।

ସେହିଭଳି ବାଲିଯାତ୍ରାରେ ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସ ପାଇଁ ଥିଲା ବଡ ଚ୍ୟାଲେଞ୍ଜ । ଏଥିସହ ଟ୍ରାଫିକ ନିଯନ୍ତ୍ରଣ ପାଇଁ ମଧ୍ୟ ପୋଲିସ ଥିଲା ସଜାଗ । ତେବେ ଚଳିତ ବର୍ଷ ବାଲିଯାତ୍ରାର ଗତ ରବିବାର ହୋଇଥିବା ଭିଡ ପୋଲିସ ପାଇଁ ସମସ୍ୟା ସୃଷ୍ଟି କରିଥିବା ବେଳେ ବାକି ୮ ଦିନ ବେଶ୍ ଭଲ ଥିବା କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।

ଗତବର୍ଷ ବାଲିଯାତ୍ରା ଅପେକ୍ଷା ଚଳିତବର୍ଷ ବାଲିଯାତ୍ରାକୁ ଦର୍ଶକ ବେଶ୍ ପସନ୍ଦ କରିଥିବା ବେଳେ ଆଗକୁ ଆହୁରି ଭଲ ହେବ ବୋଲି ଆଶା ରଖିଛନ୍ତି ।

   Related Posts