ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି : ଜିଲ୍ଲାପାଳ

Published By : Prameya-News7 Bureau | April 28, 2019 IST

କଟକ ୨୮|୪: ଚତୁର୍ଥ ପର୍ଯ୍ୟାୟରେ କଟକ ଜିଲ୍ଲାର ଆଉ ତିନୋଟି ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବ । ଜଗତସିଂପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା ନିଆଳି ଓ କେନ୍ଦ୍ରାପଡା ଲୋକସଭା ଆସନ ଅଧୀନରେ ଆସୁଥିବା ମାହାଙ୍ଗା ଓ ସାଲେପୁରରେ ନିର୍ବାଚନ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାରର ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିଂ ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ବୁଥକୁ ପଠାଯାଇସରିଛି। ଆସନ୍ତାକାଲି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ଏହି ତିନି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୮୨୬ଟି ବୁଥ୍ ରହିଥିବା ବେଳେ ୪୯୯ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ଏଗୁଡିକରେ ଫୋର୍ସ ମୁତୟନ ରହିବେ ବୋଲି କଟକ ଜିଲ୍ଲାପାଳ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.