କଟକ ଜୋନ ୨ ଏଏସପିଙ୍କ ଦବଙ୍ଗଗିରି : ବିଚ୍ ରାସ୍ତାରେ ଆନ୍ଦୋଳନକାରୀଙ୍କୁ ମାଡ଼,ଭିଡିଓ ଭାଇରାଲ

Published By : Prameya-News7 Bureau | March 06, 2019 IST

କଟକ ୬/୩: କଣ ଚାଲିଛି କମିଶନରେଟ ପୋଲିସରେ,ରାଜଧାନୀରେ ରାଜନେତାଙ୍କ ଠାରୁ ମାଡ ଖାଇ ପୋଲିସ ମୁହଁ ଲୁଚାଉଥିବା ବେଳେ କଟକରେ ଦେଖିବାକୁ ମିଳିଛି ଜୋନ ଏସିପି ଙ୍କ ପୁରା ସିଙ୍ଘମ ଷ୍ଟାଇଲ।ମଦ ବିରୋଧରେ ଆନ୍ଦୋଳନ କାରୀଙ୍କୁ କଟକ ୨ନମ୍ବର ଜୋନ ଏସିପି ମାଡ ମାରିବା ଓ ମୋବାଇଲ ଛଡାଇଦେବାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।ତେବେ ସାଦା ପୋଷାକରେ ପୋଲିସକୁ ଏଭଳି ମାଡ ମାରିବାକୁ କିଏ ଅନୁମତି ଦେଲା ସେ ନେଇ ଉଠିଛି ପ୍ରଶ୍ନ।
ଜନସାଧାରଣଙ୍କୁ ଭଲ ବ୍ୟବହାର ଦେବା ନେଇ ବାରମ୍ବାର କହୁଛନ୍ତି କମିଶନରେଟ ପୋଲିସର ମୁଖିଆ।ହେଲେ କଟକରେ କମିଶନରେଟ ପୋଲିସର ଜୋନ ୨ ଏସିପିଙ୍କ ସିଙ୍ଘମଗିରି। କୌଣସି ଅପରାଧୀ ନୁହେଁ ବରଂ ବିଚ ରାସ୍ତାରେ ଆନ୍ଦୋଳନକାରୀ ଙ୍କୁ ମାଡ ମାରୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଜୋନ ୨ ଏସିପିଙ୍କୁ ଏଭଳି ମାଡ ମାରିବାକୁ କିଏ ଅନୁମତି ଦେଲା ସେ ନେଇ ଉଠିଛି ପ୍ରଶ୍ନ। କେଉଁ ନିୟମ ଅନୁସାରେ ଜୋନ ଏସିପି ଶେଖ ସରିଫୁଦ୍ଦିନ ମାରୁଛନ୍ତି ମାଡ। ମଦ ବିରୋଧୀ ଆନ୍ଦୋଳନ କରୁଥିବା ସଦସ୍ୟଙ୍କ ଉପରେ କାହିଁକି ପୋଲିସ ଏସିପିଙ୍କର ପୋଲିସ ଗିରି। ଯଦି ଆନ୍ଦୋଳନକାରୀ ବିନା ଅନୁମତିରେ ବାଦାମବାଡି ଅଞ୍ଚଳରେ ଶୋଭାଯାତ୍ରା କରିଛନ୍ତି ତେବେ ତାଙ୍କୁ ଗିରଫ ନ କରି ଏସିପି ସାଦା ପୋଷାକରେ ମାଡ ମାରିବା ନେଇ ଏବେ ଅସନ୍ତୋଷ ତେଜିବାରେ ଲାଗିଛି।
ରାଜ୍ୟକୁ ନିଶା ମୁକ୍ତ କରିବା ପାଇଁ ଦୀର୍ଘ ୧୧ ଦିନ ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ କରୁଥିଲା ମିଳିତ ଓଡିଶା ନିଶା ନିବାରଣ ଅଭିଯାନ।ଗତ କାଲି ଶେଷ ଦିନରେ ଏହି ଅଭିଯାନ ଶେଷ ହେବାର ଥିଲା।ହେଲେ ଅନୁମତି ନଥିବା କହି କଟକରେ ପୋଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇ ଅଟକାଇ ଥିଲା।ଯଦି ଅନୁମତି ନଥିଲା ତେବେ କିପରି ବାଦାମବାଡି ପର୍ଯ୍ୟନ୍ତ ଆସିଲା ଶୋଭାଯାତ୍ରା। ଏହି ଠାରୁ ଅନୁମାନ କରି ହେଉଛି କଟକରେ କମିଶନରେଟ ପୋଲିସ ଗୁଇନ୍ଦା ଫେଲ ମାରିଛି।ପୋଲିସ ନିଜ ଦୋଷ ଘୋଡାଇବାକୁ ଯାଇ ଏହି ସମୟରେ ବିନା କାରଣରେ ଜୋନ ଏସିପି ସରିଫୁଦ୍ଦିନ ହାତ ଉଠାଇବାକୁ କଡା ଭାଷାରେ ନିନ୍ଦା କରିଛନ୍ତି ବୁଦ୍ଧିଜିବୀ।.ପୋଲିସ ଜନ ସାଧାରଣଙ୍କୁ ଉତ୍ତମ ବ୍ୟବହାର ଦେବା ବଦଳରେ ଅପରାଧୀଙ୍କ ଭଳି ବ୍ୟବହାର କରିଥିବା ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି।
କଟକରେ ଅପରାଧ ଦମନ କରିବାରେ ପାରଙ୍ଗମ ଦେଖାଇଲେ ହୁଏତ ଏସିପିଙ୍କୁ ସାଧାରଣ ଲୋକ ସିଙ୍ଘମ କହି ପାରନ୍ତି ହେଲେ ଆନ୍ଦୋଳନକାରୀଙ୍କୁ ଏଭଳି ହାତ ଉଠାଇବା ଏହା କେଉଁ ପୋଲିସ ଚରିତ୍ରରେ ଶୋଭା ପାଉଛି ସେ ନଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ କଥା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.