ହତ୍ୟାକାରୀଙ୍କ ସେଫ୍ ଜୋନ୍ ରାଜଧାନୀ
31/08/2018 at 2:34 PM

ରାଜଧାନୀରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟିଚାଲିଛି । କିନ୍ତୁ ଧରାପଡୁନାହାନ୍ତି ହତ୍ୟାକାରୀ । ହତ୍ୟା ରହସ୍ୟ ଭେଦି ପାରୁନି କମିଶନରେଟ ପୋଲିସ । ସ୍ମାର୍ଟ ସିଟିରେ ହତ୍ୟାକାରୀ କ’ଣ ଏତେ ସ୍ମାର୍ଟଯେ , ପୋଲିସ ତା ପାଖରେ ପହଞ୍ଚି ପାରୁନି ? ପୋଲିସର ବିଫଳତା ସାଙ୍ଗକୁ ସନ୍ଦେହ ଘେରରେ ରହିଥିବା ଏପରି ହତ୍ୟାକାଣ୍ଡର ତାଲିକା ବି ବଢିବଢି ଚାଲିଛି ।