Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଜଣେ ଆଦିବାସୀଙ୍କୁ ବିଏସ୍ଏଫ୍ ଜବାନ ପିଟି ପଟି ହତ୍ୟା କରିଥିବା ଅଭିଯୋଗ,ଜବାନଙ୍କ ଗିରଫ ଦାବିରେ ଶବ ବ୍ୟବଚ୍ଛେଦ ପରେ ବି ମୃତ ଦେହ ନେଉ ନାହାନ୍ତି ପରିବାର ଲୋକ

16/09/2019 at 6:32 PM

ମାଲକାନଗିରି ୧୬।୦୯- ମାଲକାନଗିରି ଚିତ୍ରୋକଣ୍ଡା ବିଚ୍ଛିନ୍ନାଞ୍ଚଳରେ ଉତ୍ତେଜନା । ସାପ୍ତାହିକ ହାଟକୁ ବଜାର କରିବା ଲାଗି ଆସିଥିବା ଜଣେ ଆଦିବାସୀ ବ୍ୟକ୍ତିଙ୍କୁ ଦୁଇ ଜଣ ବି.ଏସ.ଏଫ  ଯବାନ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ଗତକାଲି ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରିଥିଲ ହେଁ ପରିବାର ଲୋକେ ମୃତଦେହ ନେଉ ନାହାନ୍ତି । ହତ୍ୟା କରିଥିବା ଦୁଇ ବି.ଏସ.ଏଫ ଜବାନଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆଦିବାସୀମାନେ ଧମକ ଦେଇଛନ୍ତି ।

ବିଛିନ୍ନାଞ୍ଚଳରେ ଦେଖାଦେଇଛି ଅଶାନ୍ତି । ମାଲକାନଗିରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ନିୟୋଜିତ ବି.ଏସ.ଏଫ ଯବାନ ଜଣେ ଆଦିବାସୀ ଯୁବକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ପରେ ବଢୁଛି ଏହି ଅଶାନ୍ତି । ହଜାର ହଜାର ଉତ୍ତେଜିତ ଆଦିବାସୀ ଏକତ୍ର ହୋଇ ହାତରେ ଅସ୍ତ୍ରଶସ୍ତ୍ର ଧରି ଥାନା ଘେରାଓ କରିଛନ୍ତି । ପାପରମେଟଲା ଥାନା ଆଗରେ ଟାୟାର ଜାଳି ପ୍ରତିବାଦ କରିବା ସହ ପୋଲିସକୁ ଆକ୍ରମଣ କରିଛନ୍ତି । ଲୋକଙ୍କ ଆକ୍ରମଣରେ ଦୁଇ ଜଣ କନେଷ୍ଟବଳ ଗୁରୁତର ଭାବେ ଆହତ ହୋଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ମାଲକାନଗିରି ଏସ.ପି, ଏସ.ଓ.ଜି ଜବାନଙ୍କ ସହ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ….

ଶୁକ୍ରବାର ଧୁଳିପୁଟ ରାଙ୍ଗିନିଗୁଡା ଗାଁର ରାଜୁ ହନ୍ତାଳ ନାମକ ଜଣେ ବ୍ୟକ୍ତି ନିଜର ଦୁଇ ଝିଅଙ୍କୁ ସାଥିରେ ନେଇ ଯନ୍ତାପାଇ ସାପ୍ତାହିକ ହାଟକୁ ଯାଇଥିଲେ । ଦୁଇ ଜଣ ସାଦା ପୋଷାକ ଧାରି ବି.ଏସ.ଏଫ ଯବାନ ରାଜୁଙ୍କ ସହ କଥା ହେବା ଲାଗି କିଛି ଦୁରକୁ ଡାକି ନେଇଥିଲେ । ଏହା ପରଠାରୁ ନିଖୋଜ ଥିଲେ ରାଜୁ ହନ୍ତାଳ । ପରିବାର ଲୋକେ ଚାରିଆଡେ ଖୋଜିବା ପରେ ମଧ୍ୟ ରାଜୁଙ୍କ କୌଣସି ପତ୍ତା ମିଳିନଥିଲା । ଗତକାଲି ଯନ୍ତାପାଇ ଅଙ୍ଗନବାଡି କେନ୍ଦ୍ର ଭିତରେ ମିଳିଥିଲା ରାଜୁଙ୍କ ମୃତଦେହ । ରାଜୁଙ୍କ ଦେହରେ ଅନେକ କ୍ଷତ ଚିହ୍ନ ରହିଥିବା ବେଳେ ବି.ଏସ.ଏଫ ଜବାନ ମାନେ ତାଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଓ ଗାଁ ଲୋକେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ କରିଛି । ସେପଟେ ବିଏସଏଫ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିବାରୁ ରାଜୁ ହନ୍ତାଳଙ୍କୁ କିଏ ମାରିଲା ସେନେଇ ସନ୍ଦେହ ବୃଦ୍ଧି ପାଇବାରେ ଲାଗିଛି ।

ରାଜୁ ହନ୍ତାଳଙ୍କ ମୃତ୍ୟୁ ପରେ ପୋଲିସ ଓ ସାଧାରଣ ଲୋକ ମୁହାଁମୁହିଁ ହୋଇଛନ୍ତି। ତେଣୁ ରାଜୁ ହନ୍ତାଳଙ୍କ ମୃତ୍ୟୁ ପଛରେ କିଏ ପ୍ରକୃତରେ ଦାୟୀ ତାହା ପୋଲିସ ସ୍ପଷ୍ଟ କରୁ, ଏମିତି ଦାବି କରିଛନ୍ତି ଲୋକେ।

   Related Posts