ଆନନ୍ଦପୁର ୨୭|୩ : ଆନନ୍ଦପୁର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ହତ୍ୟା ପ୍ରତିବାଦରେ ଆଜି ଦ୍ବିତୀୟ ଦିନରେ ଧକୋଠା ବଜାର ବନ୍ଦ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବଜାର ବନ୍ଦ କରିଛନ୍ତି ବଜାର ବ୍ୟବସାୟୀ ସଂଘ ।
ତେବେ ମୃତ ରାମଚନ୍ଦ୍ର ବେହେରାଙ୍କ କଟା ହାତ ବ୍ରାହ୍ମଣୀବେଦୀ ମଠ ନିକଟ ପୋଖରୀରୁ ମିଳିଛି । ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ ଜାରି ରଖିଛି ।
{"id":97313}ସୂଚନାଯୋଗ୍ୟ ଯେ, ରାଜନୈତିକ ଶତୃତାକୁ କେନ୍ଦ୍ର କରି ସୋମବାର ବିଳମ୍ବିତ ରାତିରେ ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକି ନେଇ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରି କଟୁରୀ, କତା, ଗୋଟିଏ ବାଇକ୍ ଜବତ କରିଛି ପୋଲିସ ।