Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ବିଦେଶକୁ ଚାଲାଣ ହେଉଥିବା ବେଳେ ଉଦ୍ଧାର ହେଲା ୪ ଶହ ବର୍ଷ ପୁରୁଣା ଗଣେଶ ମୂର୍ତ୍ତି

4/11/2021 at 9:40 PM

ଚେନ୍ନାଇ ୦୪/୧୧ : ତାମିଲନାଡୁର ଚେନ୍ନାଇ ବିମାନବନ୍ଦର କଷ୍ଟମ ବିଭାଗ ୨ପକ୍ଷରୁ ପ୍ରାୟ ୪୦୦ ବର୍ଷ ପୁରୁଣା ଗଣେଶ ମୂର୍ତ୍ତି ଜବତ କରାଯାଇଛି । କାଞ୍ଚିପୁରମର ଏକ ଘରୁ ହିଁ ଏହି ବିରଳ ମୂର୍ତ୍ତି ଜବତ କରାଯାଇଛି । ପ୍ରାୟ ୪ ଶହ ବର୍ଷ ପୁରୁଣା ଏହି ବିରଳ ଗଣପତି ମୂର୍ତ୍ତିକୁ ବିଦେଶକୁ ଚାଲାଣ କରାଯିବାକୁ ଯୋଜନା କରାଯାଇଥିଲା । କଷ୍ଟମ ବିଭାଗ କୌଣସି ସୂତ୍ରରୁ ଏ ନେଇ ଖବର ପାଇବା ପରେ ଚଢଉ କରାଯାଇ ଏହି ମୂର୍ତ୍ତି ଜବତ କରାଯାଇଛି ।

ତଦନ୍ତ ବେଳେ ଜଣାପଡିଛି ଯେ, ଚେନ୍ନାଇରୁ ଅନ୍ୟ ଦେଶକୁ ମୂର୍ତ୍ତି ଚାଲାଣ ହେବାର ଯୋଜନା ଚାଲିଥିଲା । ଏହି ଚୋରା ଚାଲାଣ ପଛରେ ଅନ୍ତର୍ଜାତୀୟ ରାକେଟ୍‌ କାମ କରୁଥିବା ଜଣାପଡିଛି । କଷ୍ଟମ୍ସ ଅଧିକାରୀଙ୍କ ଅନୁଯାୟୀ କାଞ୍ଚିପୁରାମରେ ଯୋଗାଣକାରୀଙ୍କ ଘରୁ ଏହି ପ୍ରତିମା ଜବତ କରାଯାଇଛି। ଚାଲାଣକାରୀ ଉକ୍ତ ଗ୍ୟାଙ୍ଗ୍‌ ସହିତ କାମ କରୁଥିଲା ଯିଏ କି ମୂର୍ତ୍ତିକୁ ବିଦେଶକୁ ନେଇଯିବା ପାଇଁ ଯୋଜନା କରିଥଇଲେ । ଘଟଣା ବାବଦରେ ସୁରାକ୍‌ ପାଇବା ପରେ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରି ଚଢଉ କରାଯାଇଥିଲା । ଚଢଉ ବେଳେ ୪ ଶହ ବର୍ଷ ପୁରୁଣା ଗଣପତି ବାପ୍ପାଙ୍କ ଏହି ବିରଳ ମୂର୍ତ୍ତି ଜବତ କରାଯାଇଛି ।

ଜବତ ହୋଇଥିବା  ମୂର୍ତ୍ତିର ଓଜନ ପ୍ରାୟ ୧୩୦ କେଜି ହେବ ଏବଂ ଉଚ୍ଚତା ୫.୨୫ ଫୁଟ୍‌ । ମୂର୍ତ୍ତିଟି ଅଷ୍ଟ ଧାତୂରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି । ଏହାର ମୂଲ୍ୟ ମଧ୍ୟ ବେଶ ଅଧିକ ବୋଲି ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ମୂର୍ତ୍ତିଟି ବିଜୟନଗର ନାୟକଙ୍କ ସମୟର ବୋଲି ଅନୁମାନ କରାଯାଉଛି । ମୁଖ୍ୟତ ଗଣେଶ ମୂର୍ତ୍ତି କାଠ କିମ୍ବା ପଥରରେ ତିଆରି ହୋଇଥିବା ଦେଖିବାକୁ ମିଳିଥାନ୍ତି । କିନ୍ତୁ ଜବତ ହୋଇଥିବା ମୂର୍ତ୍ତି ମେଟାଲରେ ତିଆରି ହୋଇଥିଲା । ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଏହି ମୂର୍ତ୍ତିକୁ ସୁରକ୍ଷିତ ଭାବେ ରଖାଯାଇଛି । ଏହି ଚୋରା ଚାଲାଣ ଘଟଣାରେ କେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ଖୋଜୁଛି ପୋଲିସ ।

   Related Posts