Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଷ୍ଟମ ଏଣ୍ଡ୍ ଗୁଡ୍ସ ପରିବହନ ବିଭାଗର ଚଢ଼ାଉ: ଟ୍ରାନ୍ସପୋର୍ଟ ଗାଡିର କାଗଜପତ୍ର କଲେ ଯାଞ୍ଚ

14/08/2020 at 12:16 PM

ବାଲାଙ୍ଗୀର୧୪/୮: ବଲାଙ୍ଗୀର ବାଣିଜ୍ୟ କର ବିଭାଗ ପକ୍ଷରୁ କଂଟାବାଞ୍ଜି ସହରରେ ଥିବା ବିଭିନ୍ନ  ଗୋଦାମ ଗୃହ ଉପରେ ଚଢାଉ ହୋଇଥିଲା । କଷ୍ଟମ ଏଣ୍ଡ ଗୁଡ୍ସ ପରିବହନ ବିଭାଗର ଏକ ସ୍ୱତନ୍ତ୍ର ଦଳ କଂଟାବାଞ୍ଜିର ରୁବି ଟ୍ରାଷ୍ଟପୋର୍ଟ, ବଜରଂଗ ବଳି ଟ୍ରାଷ୍ଟପୋର୍ଟ, ଗ୍ରେଟ ଇଣ୍ଡିଆ ଟ୍ରାଷ୍ଟପୋର୍ଟ  ଗୋଦାମ ଉପରେ ଚଢାଉ କରିଥିଲେ । ଅଧିକାରୀମାନେ ଟ୍ରାଷ୍ଟପୋର୍ଟ ଗାଡିରେ ଥିବା କାଗଜ ପତ୍ର ଯାଞ୍ଚ କରିବା ସହ  ୱେ ବିଲ୍‌, ଇନ ଭଏସ ସବୁ ଯାଞ୍ଚ  କରିଥିଲେ । ତେବେ ଚଢାଉରେ ଥିବା ବାଣିଜ୍ୟ କର ଡେପୁଟି କମିସନର୍ ଫକିର ମୋହନ ସତପଥିଙ୍କୁ ପଚାରିବାରୁ ସହରରେ ଥିବା ବିଭିନ୍ନ ଟ୍ରାଷ୍ଟପୋର୍ଟର ଗୋଦାମ ଉପରେ ଚଢାଉ ହେଇଥିବା ସେମାନେ କାଗଜ ପତ୍ର ଠିକ ରଖିଛନ୍ତି ନା ନାହିଁ ତାହା ଦେଖାଯାଇଛି ଏଭଲି ଚଢାଉ ନିୟମିତ କରାଯାଏ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ ।

   Related Posts