ଅବକାରୀ ବିଭାଗର ଚଢ଼ାଉ: ୪ ବସ୍ତା ଗଞ୍ଜେଇ ଜବତ ସହ ଜଣେ ଗିରଫ

Published By : Prameya-News7 Bureau | November 08, 2020 IST

ଗଞ୍ଜାମ୮/୧୧: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ରବିବାର ସକାଳ ୬ଘଣ୍ଟ ସମୟରେ ଦିଗପହଣ୍ଡି ଅବକାରୀ ବିଭାଗ ଓ ବ୍ରହ୍ମପୁର ମୋବାଇଲ ଷ୍ଟ୍ରାଇକିଂ ଫୋର୍ସ ପକ୍ଷରୁ ମିଳିତ ଭାବେ ପାଟପୁର ଥାନା କଂସାମାରୀ ଢେପସାହିର ଏକ ବାସଗୃହରେ ଅତର୍କିତ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ବେଳେ ୪ ବସ୍ତା (୫୯ .୧୫୦ କେଜି) ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକକୁ ଗିରଫ କରାଯାଇଛି।

ଗିରଫ ଯୁବକ ହେଲେ ସାନଖେମୁଣ୍ଡି ବ୍ଲକ କଂସାମାରୀ ଗ୍ରାମର ନରହରି ବେହେରା। ଗିରଫ ନରହରି ଦୀର୍ଘ ଦଶବର୍ଷ ଧରି ବେଆଇନ ଭାବେ ଗଜପତି ଓ କନ୍ଧମାଳ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଆଣି ରାଜ୍ୟର କଟକ , ଭୁବନେଶ୍ଵର ଓ ପୁରୀ ସହର ସମେତ ରାଜ୍ୟ ବାହାରକୁ ଚୋରା ଚାଲାଣ କରୁଥିଲା।

ଏ ନେଇ ଦିଗପହଣ୍ଡି ଅବକାରୀ ମାମଲା ନଂ ୬୩/୨୦ ଏନ୍ ଡିପିଏସ୍ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ତାଙ୍କୁ ଜାମିନ ନାମଞ୍ଜୁର କରିବାରୁ ଅଭିଯୁକ୍ତ ୨ ଜଣଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.