ମଦ ଦୋକାନରେ ଗ୍ରାହକଙ୍କୁ ଶୋଷଣ, ନିର୍ଦ୍ଧାରିତ ମୂଲ୍ୟ ଠାରୁ ନିଆଯାଉଛି ଅଧିକ ଟଙ୍କା
29/06/2019 at 2:57 PM

ଜୟପୁର ୨୯|୬: ମଦ ଦୋକାନରେ ଗ୍ରାହକଙ୍କୁ ଶୋଷଣ । ନିର୍ଦ୍ଧାରିତ ମୂଲ୍ୟ ଠାରୁ ନିଆଯାଉଛି ଅଧିକ ଟଙ୍କା । ବିଲ୍ ମାଗିଲେ ଦିଆଯାଉଛି ସାଧା କାଗଜରେ ଚିରକୁଟି । ପ୍ରତିବାଦ କଲେ କେହି ଶୁଣୁନାହାନ୍ତି । ସବୁ ଜାଣି ମଧ୍ୟ ଚୁପ୍ ଚାପ୍ ବସିଛି ଅବକାରୀ ବିଭାଗ । ଏମିତି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲାର ଜୟପୁର ଏବଂ ଅନ୍ୟସ୍ଥାନରେ ଥିବା ମଦ ଦୋକାନରୁ । ଏପରି ମନମାନି କରି ଲୋକଙ୍କୁ ଠକୁଥିବା ବିହାରୀ ମଦ ବେପାରୀଙ୍କ କାରନାମା ଷ୍ଟିଙ୍ଗ୍ ଅପରେସନରେ ଧରାପଡ଼ିଛି ।
ବିହାରରେ ମଦ ବ୍ୟାନ୍ ହେବାପରେ ସେଠାକାର ଅପରାଧୀ ମାନେ ଓଡ଼ିଶାରେ ଆସି କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଡ୍ଡା ଜମାଇଛନ୍ତି । ଏପରିକି ବେଆଇନ ଭାବେ ମଦ ବୁହା ହେଉଛି ଅନ୍ୟ ସ୍ଥାନରେ ବିକ୍ରି କରିବା ପାଇଁ ଏସବୁ ଜାଣି ମଧ୍ୟ ଅବକାରୀ ବିଭାଗ ଚୁପଚାପ୍ ବସିଯାଇଛି ।
Related Posts
ସ୍ତ୍ରୀ ସହ ଝଗଡା କରି ହାରିଲେ ଜୀବନ ! ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ
18 January 2021
୨୨ କିଲୋ ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଫ୍ଲାଇଂ ସ୍କ୍ବାଡ୍, କାର୍ ଜବତ
18 January 2021
୨ୟ ଦିନରେ ଟିକାକରଣ, ୩୮୦ ସେସନ୍ରେ ୩୧ ହଜାର ୯୦୨ ଜଣଙ୍କୁ ଦିଆଯିବ ଭାକିସନ୍
18 January 2021