Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ଏହି ସରକାରୀ ବ୍ୟାଙ୍କର ଗ୍ରାହକ ଧ୍ୟାନ ଦିଅନ୍ତୁ ! ମାର୍ଚ୍ଚ ୩୧ ସୁଦ୍ଧା ସାରି ଦିଅନ୍ତୁ ଜରୁରୀ କାମ, ନଚେତ୍ କରି ପାରିବେ ନାହିଁ ଟଙ୍କା ଟ୍ରାନ୍ସଫର

8/03/2021 at 5:06 PM

ନୂଆଦିଲ୍ଲୀ ୦୮।୦୩: ଯଦି ଆପଣଙ୍କର ଆକାଉଣ୍ଟ ଆନ୍ଧ୍ରା ବ୍ୟାଙ୍କ ଏବଂ କର୍ପୋରେସନ ବ୍ୟାଙ୍କରେ ରହିଛି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। କାରଣ ଏହି ବ୍ୟାଙ୍କର ଆଇଏଫଏସସି ଓ ଏମଆଇସିଆର କୋଡ୍ ବଦଳିବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଗତ ବର୍ଷ ୟୁନିୟନ ବ୍ୟାଙ୍କରେ ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ମିଶ୍ରଣ ହୋଇଥିଲା। ଏହି ବିଲୟ ପରେ ଦୁଇ ବ୍ୟାଙ୍କର IFSC କୋଡ୍ ଏପ୍ରିଲ୧ରୁ ବଦଳିବାକୁ ଯାଉଛି। ଯଦି ଆପଣଙ୍କ ଆକାଉଣ୍ଟ ଉପରୋକ୍ତ ଦୁଇଟି ବ୍ୟାଙ୍କରେ  ରହିଛି ତେବେ ମାର୍ଚ୍ଚ ୩୧ ପୂର୍ବରୁ ଏହାକୁ ବଦଳାଇ ଦିଅନ୍ତୁ। ନଚେତ୍ ଏପ୍ରିଲ ୧ରୁ ପୁରୁଣା IFSC କୋଡ୍  କାମ କରିବ ନାହିଁ। ଏପ୍ରିଲ ୧ରୁ ଆନ୍ଧ୍ରା ବ୍ୟାଙ୍କର IFSC କୋଡ୍ UBIN08 ଓ କର୍ପୋରେସନ ବ୍ୟାଙ୍କର IFSC କୋଡ୍ UBIN09ରୁ ଆରମ୍ଭ ହୋଇଯିବ।

ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ଖାତାଧାରୀଙ୍କୁ ଏବେ ବ୍ୟାଙ୍କର ଓ୍ଵେବସାଇଟ୍‌ରେ ଅନଲାଇନ ଜରିଆରେ ନିଜର ନୂତନ IFSC କୋଡ୍ ଜାଣି ପାରିବେ। ଏଥିପାଇଁ ଆପଣଙ୍କୁ ବ୍ୟାଙ୍କର ଓ୍ଵେବ୍‌ସାଇଟ୍ www.unionbankofindia.co.inରେ ଯିବାକୁ ପଡିବ। ଏହା ପରେ ଆପଣଙ୍କୁ amaigamation Centre ଉପରେ କ୍ଲିକ୍ କରିବାକୁ ପଡିବ। ଏହି ପରି ଆପଣ ନିଜର ଅପଡେଟ୍‌ ଆଇଏଫଏସସି କୋଡ୍ ଜାଣି ପାରିବେ। ଏହା ବ୍ୟତୀତ ଗ୍ରାହକ ବ୍ୟାଙ୍କର କଷ୍ଟମର କେୟାର ନମ୍ବର ୧୮୦୦୨୦୮୨୨୪୪ କିମ୍ବା ୧୮୦୦୪୨୫୧୫୧୫ କିମ୍ବା ୧୮୦୦୪୨୫୩୫୫୫ରେ ଫୋନ୍ କରି ପାରିବେ। ଆପଣ ଏସଏମଏସ ଜରିଆରେ ମଧ୍ୟ ସୂଚନା ପାଇ ପାରିବେ। ଏଥିପାଇଁ ଆପଣଙ୍କୁ IFSC <OLD IFSC> ଲେଖି ୯୨୨୩୦୦୮୪୮୬ରେ ମେସେଜ୍ ପଠାଇବାକୁ ପଡିବ।

କେବଳ ଏତିକି ନୁହେଁ ଏହି ସମୟରେ ବ୍ୟାଙ୍କର ଗ୍ରାହକଙ୍କୁ ନିଜ ପାଇଁ ଚେକ୍ ବୁକ୍ ନେବାକୁ ପଡିବ। ଏହି ଚେକ୍ ବୁକ୍ ୟୁନିୟନ ବ୍ୟାଙ୍କର ହେବ ଏବଂ ଏଥିରେ ଅପଡେଟ୍ ଆଇଏଫଏସସି କୋଡ୍ ମଧ୍ୟ ରହିବ। ରିଜର୍ଭ ବ୍ୟାଙ୍କର ଗାଇଡ୍‌ଲାଇନ୍‌ ଅନୁଯାୟୀ ଯେଉଁ ବ୍ୟାଙ୍କର ମିଶ୍ରଣ ହୋଇଛି, ସେମାନଙ୍କର ଆଇଏଫଏସସି ଓ ଏମଆଇସିଆର କୋଡ୍ ବଦଳିବ। ପୁରୁଣା କୋଡ୍ ଏପ୍ରିଲ ୧ ପରେ ଅଚଳ ହୋଇଯିବ। ତେଣୁ ଗ୍ରାହକଙ୍କୁ ମାର୍ଚ୍ଚ ୩୧ ପୂର୍ବରୁ ବ୍ୟାଙ୍କ ଯାଇ ନିଜର କୋଡ୍ ବଦଳାଇବାକୁ ପଡିବ।

ପିଏନବି ଗ୍ରାହକ ମଧ୍ୟ ବଦଳାନ୍ତୁ ଆଇଏଫଏସସି କୋଡ୍

ଦେଶର ଦ୍ଵିତୀୟ ସବୁଠୁ ବଡ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ନିଜର ଗ୍ରାହକଙ୍କୁ ପୁରୁଣା IFSC ଓ MICR କୋଡ୍ ଏପ୍ରିଲ ୧ ପୂର୍ବରୁ ବଦଳାଇବାକୁ କହିଛି। ପିଏନବି ଅନୁଯାୟୀ ୨୦୨୧ ମାର୍ଚ୍ଚ ୩୧ ପରେ ଏହି କୋଡ୍ କାମ କରିବ ନାହିଁ। ଯଦି ଗ୍ରାହକଙ୍କୁ ଟଙ୍କା ଟ୍ରାନ୍ସଫର କରିବାର ଅଛି ତେବେ ବ୍ୟାଙ୍କରୁ ନୂତନ  କୋଡ୍ ନେବାକୁ ପଡିବ।

   Related Posts