Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଷ୍ଟେଟ୍ ବ୍ୟାଙ୍କ୍ ଶାଖାରେ ତାଲା ପକାଇଲେ ଗ୍ରାହକ, ବିଷ ବୋତଲ ଧରି ଦେଲେ ଆତ୍ମହତ୍ୟା ଧମକ

29/11/2019 at 1:33 PM

ନୀଳଗିରି ୨୯।୧୧: ବାଲେଶ୍ଵର ଜିଲ୍ଲା ନୀଳଗିରି ଷ୍ଟେଟ୍ ବ୍ୟାଙ୍କ୍ ଶାଖାରେ ତାଲା ପକାଇଛନ୍ତି ଗ୍ରାହକ । ଖାତାରୁ ଟଙ୍କା କଟିବା, କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା, ମ୍ୟାନେଜର କିଛି କାମ ନଜାଣିବା ପ୍ରତିବାଦରେ ଗ୍ରାହକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବ୍ୟାଙ୍କ୍‌ରେ ଲୋନ୍ ପାଇଁ ଆବେଦନ କରିଥିଲେ ମଧ୍ୟ ଲୋନ୍ ନପାଇ ବର୍ଷ ବର୍ଷ ଧରି ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାଫଳରେ ଗ୍ରାହକମାନେ ବିଷ ବୋତଲ ଧରି ଆତ୍ମହତ୍ୟା କରିବାକୁ ଧମକ ଦେବା ସହ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ ବାଲେଶ୍ଵର ରିଜିଓନାଲ ଅଫିସରୁ ଅଧିକାରୀ ଆସି ଅସନ୍ତୁଷ୍ଟ ଗ୍ରାହକଙ୍କୁ ବୁଝାସୁଝା କରିବା ପରେ ଯାଇ ପରିସ୍ଥିତି ଶାନ୍ତ ପଡିଥିଲା ।

   Related Posts