Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଡେଲିଭରି ବୟଙ୍କୁ ଧର୍ମ ପଚାରି ଖାଇବା ଫେରାଇଦେଲେ ଗ୍ରାହକ : ମାମଲା ରୁଜୁ କଲା ସ୍ବିଗି

25/10/2019 at 10:03 AM

ହାଇଦ୍ରାବାଦ ୨୫/୧୦: ଜଣେ ଗ୍ରାହକ ସ୍ବିଗି ଜରିଆରେ ଅର୍ଡ଼ର କରିଥିବା ଖାଦ୍ୟ ମୁସଲମାନ ଧର୍ମର ଯୁବକଙ୍କଠୁ ନେବା ପାଇଁ ମନା କରି ଦେଇଛନ୍ତି। ଏବେ ଏହି ଘଟଣାରେ ପୋଲିସ୍ ଖାଇବା ମଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପ୍ରସ୍ତୁତି କରୁଛି। ଫୁଡ ଡେଲିଭରି ଆପ୍ ସ୍ବିଗି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ କହିବାନୁସାରେ ଯେତେବେଳେ ସ୍ବିଗିର କର୍ମଚାରୀ ମୁଦସ୍ସିର ସୁଲେମାନ ଗତ ବୁଧବାର ଖାଇବା ଅର୍ଡ଼ର ନେଇ ପହଞ୍ଚିବାରୁ ଗ୍ରାହକ ତାଙ୍କୁ ତାଙ୍କ ଧର୍ମ ପଚାରିଥିଲେ।

ସ୍ବିଗି କର୍ମଚାରୀ ଏହି ମୋବାଇଲ୍ ଆପ୍ ଜରିଆରେ ଚିକେନ୍- ୬୫ ଅର୍ଡ଼ର କରିଥିଲେ। କର୍ମଚାରୀ ମୁସଲମାନ ବୋଲି କହିବାରୁ ଗ୍ରାହକ ତାଙ୍କୁ ଖାଇବା ନେଇଯିବାକୁ କହିଥିଲେ।

ଏହି ଅର୍ଡ଼ର ଯେଉଁ ରେଷ୍ଟୁରାଣ୍ଟକୁ ଦିଆଯାଇଥିଲା ତାହାକୁ ମଧ୍ୟ ମୁସଲମାନ ଚଲାଉଛନ୍ତି। ଏହି ଗ୍ରାହକ ଚିକେନ-୬୫ର ଅର୍ଡ଼ର ଦେଇ ହିନ୍ଦୁ ଯୁବକ ଜରିଆରେ ପଠାଇବାକୁ କହିଥିଲେ କିନ୍ତୁ ସ୍ବିଗି ଜଣେ ମୁସଲମାନ କର୍ମଚାରୀଙ୍କ ହାତରେ ଖାଇବା ପଠାଇଥିଲା। ସେହି ଗ୍ରାହକଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନାହିଁ।

ସ୍ବିଗି ଏକ ବୟାନ ଜାରି କରି କହିଥିଲା ଯେ ଏକ ସଂସ୍ଥା ହିସାବରେ ସେମାନେ ମଧ୍ୟ ନିଜ ଗ୍ରାହକ ଏବଂ ସହଯୋଗୀଙ୍କ ସହ ଭେଦଭାବ କରନ୍ତି ନାହିଁ। ସବୁ ଅର୍ଡ଼ର ଅଟୋମାଟିକ୍ ଡେଲିଭରି କରୁଥିବା କର୍ମଚାରୀଙ୍କ ପାଖକୁ ଯାଇଥାଏ। ଏହା ତାଙ୍କ ଲୋକେସନ ଏବଂ ଉପଲବ୍ଧତା ଉପରେ ନିର୍ଭର କରିଥାଏ।

 ଏହା ପୂର୍ବରୁ ମଧ୍ୟପ୍ରଦେଶରେ ମଧ୍ୟ ଏପରି ଏକ ଘଟଣା ସାମନାକୁ ଆସିଥିଲା। ସେହିପରି ଜୋମାଟୋ କମ୍ପାନୀ ମଧ୍ୟ ଖାଦ୍ୟର କୌଣସି ଧର୍ମ ନଥାଏ। ଜୋମାଟୋର ଏହି କାମକୁ ଚାରିଆଡ଼େ ପ୍ରଶଂସା କରାଯାଇଥିଲା।

   Related Posts