ଡାକ ସେବାକୁ ଲୋକାଭିମୁଖୀ ପାଇଁ ଡାକ ବିଭାଗର ପ୍ରୟାସ, ଆୟୋଜିତ ହେଲା କଷ୍ଟମର ମିଟ୍‌

Published By : Prameya-News7 Bureau | October 16, 2021 IST

ଢେଙ୍କାନାଳ, ୧୬/୧୦:  ଆଜିର ଇଣ୍ଟରନେଟ, ହ୍ଵାଟସ ଆପ ଓ କୋରିଅର ଯୁଗରେ ଡାକ ସେବା ସମୂର୍ଣ୍ଣ ପ୍ରଭାବିତ ହୋଇଛି । ଏପରି ସ୍ଥଳେ ଆତ୍ମୀୟ ମାନଙ୍କର ହାତଲେଖା ଚିଠିଟିଏ ପହଞ୍ଚାଇ ସମ୍ପର୍କ ଯୋଡିବାକୁ ପ୍ରୟାସ ଜାରି ରଖିଛି ଡାକ ବିଭାଗ । ଏହା ସହ ଅତ୍ୟାଧୁନିକ ଡାକ ସେବା ମାଧ୍ୟମରେ ପ୍ରଣୟନ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନ କରାଇ ଡାକ ସେବାକୁ ଲୋକାଭିମୁଖୀ କରିବାକୁ ଢେଙ୍କାନାଳ ଡାକ ସେବା ପକ୍ଷରୁ ଏକ କଷ୍ଟମର ମିଟ୍‌ କାର୍ଯ୍ୟକ୍ରମ କରାଯାଇଛି ।

ଢେଙ୍କାନାଳ ମଣ୍ଡଳ ମୁଖ୍ୟ ଡାକଘର ସଭାଗୃହରେ ଆୟୋଜିତ ଏହି କଷ୍ଟମର ମିଟରେ ଅନୁଗୁଳ ପୂର୍ବ ଓ ପଶ୍ଚିମ, ତାଳଚେର, କାମାକ୍ଷାନଗର ଓ ଢେଙ୍କାନାଳ ଡିଭିଜନର ପଦାଧିକାରୀ ଓ ଗ୍ରାହକମାନେ ଏଥିରେ ସାମିଲ ଥିଲେ । ଡାକ ସେବାରେ ଉପଲବ୍ଧ ସୁକନ୍ୟା ସମୃଦ୍ଧି ଯୋଜନା ଠାରୁ ଆରମ୍ଭ କରି ବୀମା ପର୍ଯ୍ୟନ୍ତ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକୁ ଜନସାଧାରଣଙ୍କୁ ସୂଚିତ ଓ ସଚେତନ କରାଇବା ଏହି କଷ୍ଟମର ମିଟର ଲକ୍ଷ ବୋଲି ଢେଙ୍କାନାଳ ଡାକ ମଣ୍ଡଳର ଲୋକ ସମ୍ପର୍କ ନିରୀକ୍ଷକ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.