Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ରେଷ୍ଟୁରାଣ୍ଟରରେ ୨୮୦୦ ଟଙ୍କାର ଖାଦ୍ୟ ଖାଇ ୧୨ ଲକ୍ଷ ଟଙ୍କା ଟିପ୍‌ ଦେଲେ ବ୍ୟକ୍ତି, ଓ୍ବେଟରଙ୍କ କାନରେ କହିଲେ ଏମିତି କଥା

24/06/2021 at 10:26 PM

ଓ୍ବାସିଂଟନ୍‌ ୨୪/୬: କରୋନା ମହାମାରୀ ପାଇଁ ବିଶ୍ବର ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ବିଶେଷ କ୍ଷତି ସହିଛି ହୋଟେଲ ଶିଳ୍ପ। କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ହୋଟେଲ, ରେଷ୍ଟୁରାଣ୍ଟ ପାଇଁ କଟକଣା ଲାଗିଛି। କରୋନା କଟକଣା ପାଇଁ ହୋଟେଲରେ ଗରାଖ କମୁଛନ୍ତି। କିନ୍ତୁ ଏହି ସମୟରେ ନ୍ୟୁ ହାମ୍ପସିର୍‌ରେ ଥିବା ଏକ ରେଷ୍ଟୁରାଣ୍ଟରେ ଜଣେ ଗ୍ରାହକ ଦେଇଥିବା ଟିପ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି।

କେବଳ ୨୮୦୦ ଟଙ୍କାରେ ଖାଦ୍ୟ ଖାଇ ବ୍ୟକ୍ତିଜଣଙ୍କ ୧୬୦୦୦ ଡଲାର (୧୨ ଲକ୍ଷ ଟଙ୍କା) ଟିପ୍ସ ଦେଇଛନ୍ତି। ଘଟଣାଟି ଲୋକଲୋଚନକୁ ଆସିଲା ଯେତେବେଳେ ରେଷ୍ଟୁରାଣ୍ଟର ମାଲିକ ଏନେଇ ସୋମବାର ନିଜ ଫେସବୁକ୍‌ରେ ପୋଷ୍ଟ କଲେ । ହୋଟେଲ ମାଲିକ ମାଇକେଲ୍‌ ଜାରେଲା ନାଁ ନକହି ଏତେ ଟଙ୍କା ଟିପ୍ସ ଦେଇଥିବା ଗ୍ରାହକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେ ଲେଖିଛନ୍ତି, ‘ଷ୍ଟମ୍ବଲ ଇନ୍‌ରେ ଜଣେ  ହୃଦୟବାନ ବ୍ୟକ୍ତି ଆସିଥିଲେ।  ଆମେ ତାଙ୍କର ଉଦାରତା ପାଇଁ ଧନ୍ୟବାଦ ଜଣାଉଛୁ।’ ସେ ସେୟାର କରିଥିବା ଏକ ରସିଦ୍‌ରୁ ଜଣାପଡ଼ୁଛି ରାତ୍ରି ଭୋଜନ କରିଥିବା ବ୍ୟକ୍ତିଜଣଙ୍କ ୧୬୦୦୦ ଡଲାର ଟିପ୍‌ ଦେଇଛନ୍ତି । ଯାହାକି ୧୧ ଲକ୍ଷ ଟଙ୍କାରୁ ଅଧିକ ହେବ।

ହୋଟେଲ ମାଲିକ କହିଛନ୍ତି, ଜଣେ ଭଦ୍ରବ୍ୟକ୍ତି ରେଷ୍ଟୁରାଣ୍ଟକୁ ଆସିଥିଲେ। ଗୋଟିଏ ବିୟର ଏବଂ ଦୁଇଟି ଚିଲି ଚିଜ୍‌ ଡଙ୍ଗସ୍‌ ଅର୍ଡର କରିଥିଲେ। ପରେ ସେ ଆଚାର ଚିପ୍ସ ଏବଂ ଗୋଟିଏ ଟକିଲା ଅର୍ଡର କରିଥିଲେ। ସାଢ଼େ ୩ଟାରେ ସେ ଚେକ୍‌ ମାଗିଥିଲେ। ସେ ଏହାକୁ ଦେଇ ଚାଲିଯାଇଥିଲେ। ଏହା ସହ ସେ ଓ୍ବେଟରକୁ କହିଥିଲେ ଗୋଟିଏ ସ୍ଥାନରେ ଏ ଟଙ୍କା ସବୁ ଖର୍ଚ୍ଚ କରିବନି। ପ୍ରଥମେ ଏହାକୁ ଗୁରୁତର ସହ ନେଇନଥିଲେ ରେଷ୍ଟୁରାଣ୍ଟ କର୍ମଚାରୀ। ପରେ ବ୍ୟକ୍ତିଜଣଙ୍କ ୧୬ ହଜାର ଡଲାର ଟିପ୍‌ ଦେଇଥିବା ଜଣାପଡ଼ିଥିଲା ବୋଲି ମାଇକେଲ୍‌ କହିଛନ୍ତି । ତାପରେ ସେ ଅନେକ ବାର ରେଷ୍ଟୁରାଷ୍ଟ ଆସିଛନ୍ତି। ତାଙ୍କୁ ଏନେଇ ପଚାରିବାକୁ ସେ କହିଥିଲେ, ‘ମୁଁ ଚାହୁଁଥିଲି ଏମିତି ହେଉ।’

   Related Posts