ଜିଓ ସମେତ ସମସ୍ତ ଟେଲିକମ କମ୍ପାନୀର କଲ କ୍ୱାଲିଟିରେ ଅସନ୍ତୋଷ ଗ୍ରାହକ

Published By : Prameya-News7 Bureau | January 15, 2019 IST

ଦିଲ୍ଲୀ ୧୫/୧ : ଅନେକ ଦିନ ହେଲା ଟେଲିକମ କମ୍ପାନୀରେ ସମସ୍ୟା ଲାଗି ରହିଛି | ସମସ୍ତ ଟେଲିକମ କମ୍ପାନୀଂକୁ ଆଗକୁ ବଢିବା ନିଶା ଲାଗିଛି | ଭିନ୍ନ ଭିନ୍ନ କମ୍ପାନୀର ପ୍ରତିଯୋଗିତାରେ ଫାଇଦା ଉଠାଉଛନ୍ତି ଗ୍ରାହକ | ଗ୍ରାହକଙ୍କୁ ପ୍ରଭାବିତ କରିବା ପାଇଁ କମ୍ପାନୀ ଶସ୍ତା ପ୍ଲାନ ଏବଂ ବିଭିନ୍ନ ଅଫର ଦେଇଛି | କିନ୍ତୁ ଅନେକ ଦିନ ହେଲା ଗ୍ରାହକ କଲିଙ୍ଗ ସମସ୍ୟା ଭୋଗୁଛନ୍ତି | କଲିଙ୍ଗକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାହକ |

{"id":74229}

ଟେଲିକମ ରେଗୁଲେଟରି ଅଥୋରିଟି ଅଫ ଇଣ୍ଡିଆ ବା ଟିଆରଏଆଇର ନୂଆ ରିପୋର୍ଟ ଅନୁଯାୟୀ, ୨୦୧୮ ମସିହା ଜୁନ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶର ସମସ୍ତ ଟେଲିକମ କମ୍ପାନୀ କଲିଙ୍ଗ ଏବଂ ସେବାକୁ ନେଇ ଅନେକ ସମସ୍ୟା ଦେଖାଦେଇଛି | ତେବେ ସମସ୍ତ କମ୍ପାନୀ ସର୍ବୋତ୍ତମ କଲିଙ୍ଗ ସୁବିଧା ଦେବା ପାଇଁ ପୂର୍ବରୁ ଚୁକ୍ତି କରିଥାନ୍ତି |

{"id":74230,"width":587,"height":329}

ଅପରପକ୍ଷରେ ପିଟିଆଇ ରିପୋର୍ଟ ଅନୁସାରେ, ସବୁଠାରୁ ଆଗରେ ଆଇଡ଼ିଆ ଏବଂ ଭୋଡାଫୋନ କମ୍ପାନୀର ନାଁ ରହିଛି | ଗତ ଜୁନ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ଏହି ଦୁଇ କମ୍ପାନୀର କଲ ସବୁଠାରୁ ଅଧିକ ଡ୍ରପ ହୋଇଥିବା ଅଭିଯୋଗ ହୋଇଥିଲା |

{"id":74231}

ମଧ୍ୟପ୍ରଦେଶ ଏବଂ ପଶ୍ଚିମ ଉତ୍ତର ପ୍ରଦେଶ ଅଂଚଳର କଲ ଡ୍ରପ ସମସ୍ୟାର ମୂଳ କାରଣ ଖୋଜି ବାହାର କରିଥିଲା | ଭୋଡାଫୋନ କମ୍ପାନୀ ଉତ୍ତର ପ୍ରଦେଶର ପୂର୍ବାଂଚଳ ଏବଂ ପଶ୍ଚିମାଞ୍ଚଳରେ କଲ ଡ୍ରପ ସମସ୍ୟାର କାରଣ ଖୋଜି ବାହାର କରିଥିଲା | ଖରାପ ଟାୱାର, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର ଏବଂ ଉତ୍ତର ପୂର୍ବାଂଚଳରେ ଟାୱାର ପାଇଁ ଭଲ ଜାଗା ନଥିବା ଆଇଡ଼ିଆ ନେଟୱାର୍କ ଦର୍ଶାଇଥିଲା |

{"id":74232}

ଦେଶର ପୁରାତନ କମ୍ପାନୀ ବିଏସଏନଏଲ ମଧ୍ୟ କଲ ଡ୍ରପ ମାନଦଣ୍ଡରେ ନିଜକୁ ପ୍ରମାଣିତ କରିବାରେ ସଫଳ ହୋଇପାରିନାହିଁ | ପଶ୍ଚିମବଙ୍ଗରେ ମଧ୍ୟ ବିଏସଏନଏଲ ଗ୍ରାହକ ଏହି ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଏହି ସବୁ ସମସ୍ୟା କେବଳ ଟାୱାର ପାଇଁ ହିଁ ଦେଖାଦେଉଛି | ବର୍ତ୍ତମାନ ସମୟରେ ରିଲାଏନ୍ସ ଜିଓ ସବୁଠାରୁ ଭଲ ନେଟୱାର୍କ ଯୋଗାଉଛି | କିନ୍ତୁ ରାଜସ୍ଥାନରେ ରିଲାଏନ୍ସ ଜିଓ ଏବଂ ବିଏସଏନଏଲ ନେଟୱାର୍କ ସମସ୍ୟା ଦେଖାଦେଇଛି | କଲ ସମୟରେ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି |

{"id":74233}

ଏୟାରଟେଲ କମ୍ପାନୀକୁ ନେଇ ମଧ୍ୟ କଲ ଡ୍ରପ ସମସ୍ୟା ଅନେକ ଜାଗାରେ ଦେଖିବାକୁ ମିଳିଛି | ଏମିତି ସ୍ଥିତିରେ ସମସ୍ତ ଟେଲିକମ କମ୍ପାନୀଙ୍କୁ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବା ଉଚିତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.