Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ହାଜତ ମୃତ୍ୟୁକୁ ନେଇ ସରଗରମ ବିଧାନସଭା : ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା, କହିଲେ ପୁରୀ ଏସ୍‌ପିଙ୍କ ବଦଳି କେବଳ ଆଇୱାସ୍

21/11/2020 at 1:28 PM

ଭୁବନେଶ୍ବର ୨୧।୧୧: ବିଧାନସଭା ଶୀତ ଅଧିବେଶନର ଦ୍ଵିତୀୟ ଦିନ ଆରମ୍ଭରୁ ବିରୋଧୀ ଦଳ ନେତା ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇଥିଲେ । ପୁରୀରେ ଏସପିଙ୍କ ନିର୍ଦ୍ଦେଶରେ ଯୁବକଙ୍କୁ ଉଠାଇନେଲେ ଓ ପିଟି ପିଟି ମାରିଦେଲେ ବୋଲି କହିଛନ୍ତି ବିରୋଧୀ ଦଳ ନେତା । ପରମ୍ପରା ଅନୁସାରେ ଶବଦାହ ହେଲାନି । ଯେଉଁମାନେ ଦେଖିଲେ ସେମାନଙ୍କୁ ବ୍ରହ୍ମଗିରି ଥାନାକୁ ନେଇଗଲେ । କହିଲେ ଧସ୍ତା ଧସ୍ତିରେ ମରିଗଲା । ପୁରୀ ଏସପିଙ୍କ ବଦଳି କେବଳ ଏକ ଆଇୱାସ୍ ବୋଲି କହିଛନ୍ତି ବିରୋଧୀ ଦଳ ନେତା ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଓଡିଶାରେ ଆଇନ ଶୃଙ୍ଖଳାର ଶାସନ ନାହିଁ, ଜଙ୍ଗଲରାଜ ଚାଲିଛି । ଜନଜୀବନ ସୁରକ୍ଷା ସରକାରଙ୍କ ଦାୟିତ୍ବ । ସରକାର କିନ୍ତୁ ସମ୍ପୂର୍ଣ୍ଣ ବିଫଳ । ଓଡିଶାର ଓଏଚଆରସି ଅଧ୍ୟକ୍ଷ ପଦବୀ ଖାଲି ଅଛି । ପଦବୀ ପୂରଣ କରୁନାହାନ୍ତି ରାଜ୍ୟ ସରକାର ।

ଅନ୍ୟପକ୍ଷରେ ଶାସକ ଦଳ ପକ୍ଷରୁ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ ହାଜତ ମୃତ୍ୟୁ ଏକ ଦୁଃଖଦ ଘଟଣା । ଏହାକୁ ଗୁରୁତ୍ବର ସହ ବିଚାର କରିବା କଥା । ମୁଲତବୀ ନୋଟିସ ଦେଇଛନ୍ତି ବିରୋଧୀ କିନ୍ତୁ ମୋସନ ଆକାରରେ କାହିଁକି ଆଲୋଚନା କରିବାକୁ ଦାବି କରୁଛନ୍ତି । ଏ ପ୍ରସଙ୍ଗ କୋର୍ଟରେ ବିଚାରାଧୀନ ଅଛି । ତେଣୁ ଏ ଉପରେ ଯଦି ଆଲୋଚନା ହୁଏ ତେବେ ଘଟଣା ପ୍ରଭାବିତ ହେବାରେ ସମ୍ଭାବନା ଅଛି ।

   Related Posts